ଦ୍ବିତୀୟ ପର୍ଯ୍ୟାୟରେ ୭୨.୫୬% ମତଦାନ

ପ୍ରଥମ ପର୍ଯ୍ୟାୟଠୁ ୨.୩୧% ଅଧିକ ମହିଳା ଭୋଟ ଦେଲେ, ବରଗଡ଼ରେ ସର୍ବାଧିକ ୭୭.୫୭%, ଆସିକାରେ ସବୁଠୁ କମ୍ ୬୬.୩୦% ମତଦାନ

ଭୁବନେଶ୍ବର : ୫ଟି ଲୋକସଭା ଓ ୩୫ ବିଧାନସଭା ପାଇଁ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୨.୫୬% ମତଦାନ ହୋଇଛି। ସେଥିରେ ୭୩.୭୫% ମହିଳା ଭୋଟ ଦାନ କରିଥିବା ବେଳେ ୭୧.୪୪% ପୁରୁଷ ଭୋଟର ସାମିଲ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନରେ ପୁରଷ ଭୋଟରମାନଙ୍କ ତୁଳନାରେ ମହିଳା ଭୋଟର ମତାଦାନ ୧.୩୪% ଅଧିକ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏହି ହାର ଉତ୍ସାହଜନକ ଭାବେ ୨.୩୧% ହୋଇଛି। ବରଗଡ଼ରେ ସର୍ବାଧିକ ୭୭.୫୭% ମତଦାନ ହୋଇଥିବାବେଳେ ଆସିକାରେ ସବୁଠୁ କମ୍ ୬୬.୩୦% ମତଦାନ ହୋଇଛି। ବରଗଡ଼ରେ ୭୨.୪୨%, କନ୍ଧମାଳ ୭୨.୮୮% ଓ ସୁନ୍ଦରଗଡ଼ରେ ୭୧.୪୪% ମତଦାନ ରେକର୍ଡ଼ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି।

କାଁ ଭାଁ ଘଟଣାକୁ ଛାଡ଼ିଦେଲେ ଏହି ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର