ସମ୍ବଲପୁର: ଆରମ୍ଭ ହେଲା ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ, ଅଟକି ରହିଛି ଶହଶହ ଟ୍ରକ

0 938

ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୁଇ ମାସରୁ ଅଧିକ ଦିନ ଧରି ସମ୍ବଲପୁର ଜଲ୍ଲା ଓକିଲ ସଂଘ ଆନ୍ଦୋଳନ ଚଳାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହା ପ୍ରତିବାଦରେ ଆଜି ଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ପାଇଁ ଜିଲ୍ଲା ଓକିଲ ସଂଘ ଡାକରା ଦେଇଥିଲା। ଏହି ଅର୍ଥର୍ନୈତିକ ଅବରୋଧ ଡାକରା ଯୋଗୁଁ ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥରେ ସମସ୍ତ ଭାରିଯାନ ଚଳାଚଳ ବନ୍ଦ ରହିଛି। ବିଶେଷ କରି ଟ୍ରକ୍‌ରେ ମାଲ ପରିବହନ ଗୁରୁତର ଭାବେ ବାଧାପାପ୍ତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ଓକିଲ ସଂଘର ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆଜି ( ୭ ତାରିଖ) ଠାରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆଜି ସକାଳେ ଆଇନଜୀବୀମାନେ ସମ୍ବଲପୁର ସହରର ଦୁଇ ପ୍ରବେଶପଥ ଯଥା ଅଇଁଠାପାଲି ଛକ ଓ ଧନୁପାଲି ଛକ ଠାରେ ପିକେଟିଂ କରିବା ସହିତ କୌଣସି ଗାଡ଼ିକୁ ସହର ଭିତରକୁ ପୁରାଇ ଦେଇ ନ ଥିଲେ। ଏପରିକି ଜାତୀୟ ରାଜପଥ ମଧ୍ୟ ଅବରୋଧ କରି ରଖିବାରୁ ଏହି ରାସ୍ତା ଦେଇ କୌଣସି ଯାନବାହନ ଚଳାଚଳ କରି ପାରୁନାହିଁ। ଶହଶହ ସଂଖ୍ୟାରେ ଟ୍ରକ୍‌ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.