ଓଡ଼ିଶାରେ ୭୩ ପ୍ରତିଶତ ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ୭୩ ପ୍ରତିଶତ ମତଦାନ ହୋଇଛି । ସୂତ୍ର ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ଏପର୍ଯ୍ୟନ୍ତ ୭୩ ପ୍ରତିଶତ ଭୋଟିଂ ହୋଇଛି । ଆହୁରି ୧୦୦ଟି ବୁଥରୁ ଏଯାଏଁ ଇଭିଏମ୍ ମେସିନ୍ ପହଞ୍ଚି ନଥିବାର ସୂଚନା ମିଳିଛି।  । ଏହି କାରଣରୁ  ଆଗକୁ ମତଦାନର ପ୍ରତିଶତ ବଢ଼ିପାରେ ବୋଲି ଆକଳନ କରାଯାଉଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବାର ସୂଚନା ମିଳିଥିଲା । ବହୁ ବୁଥରେ ରାତି ୯ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା ।

ରାଜ୍ୟରେ ଶାନ୍ତିଶୃଙ୍ଖଳାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ ଗ୍ରହଣ ସରିଛି । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ସହ ସଂଲଗ୍ନ ୨୮ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ୨୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ମାଓପ୍ରବଣ ସ୍ଥାନରେ ସଫଳତାପୂର୍ବକ ଭୋଟିଂ ହୋଇଛି । ସେପଟରେ ମାଓବାଦୀ ଭୟରେ ମାଓକାନିଗିରି ଓ ରାୟଗଡ଼ାର ୧୪ଟି ବୁଥରେ ଭୋଟର ଭୋଟ୍ ଦେଇନାହାନ୍ତି ।

ସମ୍ବନ୍ଧିତ ଖବର