୩୪ଟି ବୁଥରେ ସାନି ମତଦାନ : ପ୍ରାୟ ୭୩% ମତଦାନ – ସିଇଓ କାର୍ଯ୍ୟାଳୟ

ଭୁବନେଶ୍ବରରେ ମାତ୍ର ୩୯.୯୩% ମତଦାନ, ପୁରୀ ଜିଲ୍ଲାରେ ମତଦାନ ଉତ୍ସାହଜନକ

ଭୁବନେଶ୍ବର : ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୩୪ଟି ବୁଥରେ ସାନି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ୧୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଥିବା ସାନି ମତଦାନରେ ପ୍ରାୟ ୭୩% ଭୋଟର ମତଦାନ କରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ଭୁବନେଶ୍ବର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଥ ନମ୍ବର ୧୨୭ ସହିଦନଗର ହାଇସ୍କୁଲରେ ମାତ୍ର ୩୯.୯୩% ମତଦାନ ହୋଇଛି।

ସିଇଓଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ‘ଫନି’ ଦ୍ବାରା ଅଧିକ ମାତ୍ରାରେ ପ୍ରଭାବିତ ପୁରୀ ଜିଲ୍ଲାରେ ମତଦାନ ହାର ଉତ୍ସାହଜନକ ରହିଛି। ପୁରୀ ଲୋକସଭା ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବାଘମୁଣ୍ଡାରେ ୮୨% ପ୍ରତିଶତ ମତଦାନ ହୋଇଥିବାବେଳେ କମାଶାସନରେ ୭୭.୮% ମତଦାନ ହୋଇଛି। ସେହିପରି ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀର ୯ଟି ବୁଥରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୧୯୬ ଓଲାଳ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ୮୪% ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସମ୍ବଲପୁର ଲୋକସଭାର ଦେବଗଡ଼ ନିର୍ବାଚନ ମଣ୍ଡଳୀରେ ବୁଥ ନମ୍ବର ୧୮୩ ସିଆରିଆ ପ୍ରାଥମିକ ବିଦ୍ୟାଳୟରେ ୭୮.୬% ମତଦାନ ହୋଇଥିବା ସିଇଓଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର