ଭଦ୍ରକ ଜିଲ୍ଲାରେ ସୁସ୍ଥ ହେଲେ ୭୪ କରୋନା ରୋଗୀ, ସକ୍ରିୟ ୩୨, ବାହାର ଜିଲ୍ଲାର ପ୍ରବାସୀ ଭଦ୍ରକ ଷ୍ଟେସନରେ ଓହ୍ଲାଇବାକୁ ବିରୋଧ

ଭଦ୍ରକ: କରୋନା ମହାମାରୀରେ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ ପରିଗଣିତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାରେ ଭଦ୍ରକ ଜିଲ୍ଲା ଚତୁର୍ଥ ସ୍ଥାନରେ ରହିଛି। ଏବେ ସୁଦ୍ଧା ଜିଲ୍ଲାରେ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୂର୍ବରୁ ୪୬ ଜଣ ସୁସ୍ଥ ହୋଇଥିଲେ । ଆଜି ପୁଣି ୨୮ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୭୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୨ ଜଣ ସକ୍ରିୟ କେସ୍ ରହିଛି। ଏହା ଭିତରେ ଉଭୟ ବସ୍ ଓ ଟ୍ରେନରେ ଭଦ୍ରକ ଜିଲ୍ଲାକୁ ୨୨ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଆସିଲେଣି।

ପ୍ରବାସୀମାନଙ୍କ ମଧ୍ୟରୁ କଲିକତା, ସୁରତ, ମହାରାଷ୍ଟ୍ର, ବେଙ୍ଗାଲୁରୁ, ଆନ୍ଧ୍ର ପ୍ରଦେଶରୁ ଫେରିଥିବା ପ୍ରବାସୀ ରହିଛନ୍ତି। ଏମାନଙ୍କ ନମୁନା ପରୀକ୍ଷାରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଜିଲ୍ଲାରେ ଏବେ ୭ଟି ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୁଇ ମାସ କାଳ ଭଦ୍ରକ ଜିଲ୍ଲାରେ କର୍ଫ୍ୟୁ ପରିସ୍ଥିତି ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାରେ ରହିଥିଲେ। ଘରୁ ବାହାରକୁ ବହାରି ପାରି ନଥିଲେ। ଅନେକ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ରହିଥିଲା। ଏଇ ସ୍ଥିତିର କିଛିଟା ସୁଧାର ଆସିଥିବା ବେଳେ ଭଦ୍ରକ ରେଳ ଷ୍ଟେସନରେ ଗତ କିଛି ଦିନ ହେଲା ଲଗାତର ଭାବେ ବାହାର ରାଜ୍ୟରୁ ପ୍ରବାସୀଙ୍କୁ ନେଇ ଟ୍ରେନ୍ ଆସୁଛି। ଏଇ ପ୍ରବାସୀ ଓଡିଆମାନେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକ। ସେମାନେ ନିଜ ନିଜ ଜିଲ୍ଲାରେ ଥିବା ରେଳ ଷ୍ଟେସନରେ ନଓହ୍ଲାଇ ଭଦ୍ରକ ଷ୍ଟେସନରେ କାହିଁକି ଓହ୍ଲାଉଛନ୍ତି ବୋଲି ଭଦ୍ରକବାସୀ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି କାହିଁକି ନିଆଯାଇଛି। ଏଭଳି ନିଷ୍ପତ୍ତି ନିଆଯିବା ପୂର୍ବରୁ ଭଦ୍ରକ ଜିଲ୍ଲାରେ ଏତେ ସଂଖ୍ୟକ ପ୍ରବାସୀ ଓହ୍ଲାଇବା ପୂର୍ବରୁ ସେମାନଙ୍କର ରହିବା ଖାଇବା ବ୍ୟବସ୍ଥା ପ୍ରଶାସନ କରୁନାହିଁ କିହିଁକି। ମାନବିକ ଦୃଷ୍ଟିକୋଣରୁ ବିଚାର କଲେ ପ୍ରବାସୀଙ୍କୁ ଭଦ୍ରକରେ ଓହ୍ଲାଇ ସେମାନଙ୍କୁ ପଶୁଠାରୁ ଆହୁରି ଅଧିକ ହୀନସ୍ଥା କରି ରଖିବାର ଯୋଜନା କେତେଦୂର ଯୁକ୍ତି ସଂଗତ ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ଯେଉଁଠି ଫେରନ୍ତା ଭୋକିଲା ପ୍ରବାସୀ ମୁହଁରେ ଭାତ ମୁଠାଏ କି ପାଣି ଟୋପାଏ ଦେଇ ପାରୁ ନାହିଁ। ସେଭଳି ସରକାରଙ୍କଠାରୁ ଓଡ଼ିଶାର ଫେରନ୍ତା ପ୍ରବାସୀ ଆଉ କଣ ଆଶା କରିବେ।

ପ୍ରବାସୀଙ୍କୁ ଝାଡା ପରିଶ୍ରା କରିବାକୁ ମଧ୍ୟ ସୁଯୋଗ ଦେଇ ପାରିଲା ନାହିଁ ଭଦ୍ରକ ଜିଲ୍ଲା ପ୍ରଶାସନ।ପ୍ରଶାସନର ଏଭଳି ଅପରିଣାମଦର୍ଶୀ କାର୍ଯ୍ୟକଳାପକୁ ନେଇ ସାରା ଭଦ୍ରକବାସୀ ନାପସନ୍ଦ କରିଛନ୍ତି। ନିଜର ସମ୍ବଳ ଓ ଭିତ୍ତିଭୂମି ନଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ପ୍ରତିଦିନ ଭଦ୍ରକ ଷ୍ଟେସନରେ ହଜାର ହଜାର ସଂଖ୍ୟାର ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ଏଠାରୁ ଓହ୍ଲାଇ ଦିଆଯାଉଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଠିକ୍ ଭାବେ ଏଇ ପ୍ରବାସୀଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଇବାରେ ବିଫଳ ହୋଇଛି। ଲୋକମାନେ ଭୋକ ଉପବାସରେ ବିକଳ ହୋଇ ରାଜରାସ୍ତାରେ ଚାଲି ଚାଲି ତ ପୁଣି କେହି କେହି ଟ୍ରକ୍ ଡାଲା ଉପରେ ଅତି ବିପଦ ପୂର୍ଣ୍ଣ ଭାବେ ନିଜ ଜୀବନକୁ ବାଜି ଲଗାଇ ନିଜ ନିଜ ଘରକୁ ଫେରିଛନ୍ତି। ପ୍ରଶାସନ ଯେଉଁ ବସ୍ ଠିକ୍କରି ଲୋକଙ୍କୁ ସେମାନଙ୍କୁ ଜିଲ୍ଲାକୁ ପଠାଇଲା। ସେଥିରେ ସାମାଜିକ ଦୂରତା ରକ୍ଷା କରାଯାଇ ନାହିଁ। ଭଦ୍ରକ କଲେଜ ଭିତରେ ଅସ୍ଥାୟୀ ଶ୍ରମିକ ଶିବିର କରି ଏଠାରେ ଯେଉଁ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାତ୍ରା ଚାଲିଛି। ତାହାକୁ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଛନ୍ତି।

କଲେଜ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ସୁରକ୍ଷିତ ନୁହେଁ ବୋଲି ସେମାନନେ ମତ ଦେଇଛନ୍ତି। ଏକ ଗ୍ରାମ୍ୟ ପରିବେଶ ମଧ୍ୟରେ ହୋଇଥିବା ଭଦ୍ରକ କଲେଜ ପରିସରକୁ କାହିଁକି ପ୍ରଶାସନ ଅସ୍ଥାୟୀ ଶିବିର କରି ଏଭଳି ଯାତ୍ରା କରୁଛନ୍ତି ବୋଲିୁ ମଧ୍ୟ ଭଦ୍ରକର କିଛି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଗତକାଲିର ପ୍ରବାସୀ ଶ୍ରମିକର ବିକଳ ଦୃଶ୍ୟ ଯିଏ ଆଖିରେ ଦେଖିଛି। ସେ ପ୍ରବାସୀ ଓଡ଼ିଆଙ୍କର ଦୟନିୟତାକୁ ମର୍ମେ ମର୍ମେ ଅନୁଭବ କରିଛି। ଭଦ୍ରକ ରେଳ ଷ୍ଟେସନରୁ ଭଦ୍ରକ କଲେଜ ପରିସର ଓ କଲେଜ ପରିସରରୁ ୧୬ ନମ୍ବର ଜାତୀୟ ରାଜପଥ। ପୁଣି ଖାଇବା ପାଇଁ ସହର ଭିତରେ ବିକଳ ହୋଇ ବୁଲୁଥିବାର ଦୃଶ୍ୟ ଦେଖିଲେ ଅଖେିରୁ ଲୁହ ଖସିପଡିବ। ଏ ହେଉଛି ଓଡ଼ିଶାର କରୋନା ନିୟନ୍ତ୍ରଣ କରିବାର ବ୍ୟବସ୍ଥା। ଏହେଉଛି ଅସହାୟ ପ୍ରାବସୀଙ୍କ ପ୍ରତି ଆମର ଦାୟୀତ୍ବବୋଧ।

ଭଦ୍ରକ କଲେଜ ପରିସରରୁ ଅସ୍ଥାୟୀ ଶ୍ରମିକ କ୍ୟାମ୍ପକୁ ଉଠାଯାଉ ବୋଲି ମଧ୍ୟ ଭଦ୍ରକର ବୁଦ୍ଧିଜୀବୀ ଦାବି କଲେଣି। ତାହା ନହେଲେ ଭଦ୍ରକରେ ଆଗାମୀ ଦିନରେ କରୋନା ବ୍ୟାପୀବାର ସମ୍ଭାବନା ଅନେକ ରହିଛି ବୋଲି ମତ ପ୍ରକାଶ ପାଇଛି। ଭଦ୍ରକର ଅବସ୍ଥା ନିୟନ୍ତ୍ରଣରେ ରହିଥିବା ବେଳେ କରୋନା ସଂକ୍ରମଣ ହେଲେ ତାକୁ ସମ୍ଭାଳିକା ସହଜ ହେବ ନାହିଁ। ଏ ଦିଗରେ ଉଭୟ ରାଜ୍ୟ ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି। ଗତ ୨୫ ତାରିଖରେ ଭଦ୍ରକ ଷ୍ଟେସନରେ ୪ ୮୩୭ ପ୍ରବାସୀ ଓହ୍ଲାଇ ଥିବା ବେଳେ ଜିଲ୍ଲାରେ ମୋଟ ୧୧ ହଜାରୁ ଉର୍ଦ୍ଧ୍ବ ପ୍ରବାସୀ ଭଦ୍ରକ ଷ୍ଟେସନରେ ଓହ୍ଲାଇ ନିଜ ନିଜ ଜିଲ୍ଲାକୁ ଯାଇଛନ୍ତି। ଭଦ୍ରକ ଜିଲ୍ଲାରେ ଏବେ ସୁଦ୍ଧା ୨୦ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିଲେଣି। ଏଇ ସବୁ ପ୍ରବାସୀ ଏବେ ଜିଲ୍ଲା ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ପୁଣି ବାହାର ଜିଲ୍ଲାର ପ୍ରବାସୀ ଓହ୍ଲାଇବା ଓ ସେମାନଙ୍କୁ ରଖିାଇବା, ଖାଇବାକୁ ଦେବା ଓ ସେମାନଙ୍କ ଜିଲ୍ଲାକୁ ଛାଡି ପ୍ରଶାସନ ପାଇଁ ସହଜ ହେଉନାହିଁ। ଯେଉଁଥି ପାଇଁ ଭଦ୍ରକର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି।

ସମ୍ବନ୍ଧିତ ଖବର