୮ ବଖରା ଜଳିଗଲା

ମାର୍ଶାଘାଇ : ଆଜି ଭୋରୁ ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ଗିରଙ୍ଗ ଗ୍ରାମରେ ଅଗ୍ନିକାଣ୍ତ ଘଟିଛି। ଅଗ୍ନିକାଣ୍ଡରେ ୩ଟି ପରିବାରର ୮ବଖରା ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସ˚ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗୋଟିଏ ଗାଈ ଆହତ ହୋଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଗ୍ରାମର ନିରଜଂନ ବେହେରା, ସୁନାକର ବେହେରା ଓ ପ୍ରଶାନ୍ତ ବେହେରାଙ୍କ ଘରେ ନିଅାଁ ଲାଗି ଯାଇଥିଲା। ସେମାନଙ୍କ ୮ବଖରା ଘର ଜଳି ଯାଇଥିଲା। ମାର୍ଶାଘାଇ ଅଗ୍ନିଶମ କର୍ମଚାରୀମାନେ ନିଅାଁକୁ ଆୟତ୍ତ କରିଥିଲେ। ଘରେ ଥିବା କୃଷିଜାତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ଘଟଣାସ୍ଥଳରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ପରିଷଦସଭ୍ୟ ପ୍ରଦୀପ୍ତ ଗାହାଣ, ତହସିଲଦାର ନିରଜଂନ ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପହ˚ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବିପନ୍ନ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର