ତାମିଲନାଡୁ ଚାଲାଣ ବେଳେ ୮ନାବାଳିକା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର

ରାୟଗଡା : ତାମିଲନାଡୁ ଚାଲାଣ ବେଳେ ରାୟଗଡା ପୁଲିସ ଗତକାଲି ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରୁ ୮ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି। ଉଦ୍ଧାର ନାବାଳିକା ନାବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡିଛି। ଗତକାଲି ରାତିରେ ଉଦ୍ଧାର ପରେ ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲେ।

ଉଦ୍ଧାର ନାବାଳିକାଙ୍କ ବୟସ ୧୫ବର୍ଷ ମଧ୍ୟରେ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଭରନପୁର ଗ୍ରାମର ୩ଜଣ, କପେନା ଗ୍ରାମର ୩ଜଣ, ତିମନପୁର ଗ୍ରାମର ଜଣେ ଏବଂ ମାଲକାନଗିରି ଜିଲ୍ଲା ବନ୍ଧଗୁଡା ଗ୍ରାମର ଜଣେ ନାବାଳିକା ରହିଛନ୍ତି। ଚାଇଲଡ ପକ୍ଷରୁ ଆଜି ନାବାଳିକା ମାନଙ୍କୁ ପଚରା ଉଚୁରା ବେଳେ ତାମିଲନାଡୁର ଏକ ସୂତା କାରଖାନାରେ କାମ କରିବାକୁ ଯାଉଥିବା ପ୍ରକାଶ କରିଥିଲେ। ସେଠାରେ ସେମାନଙ୍କୁ ମାସିକ ୭ହଜାର ଟଙ୍କା ସହ ରହିବା ସୁବିଧା ଦିଆଯାଉଥିବା ଜଣାପଡିଛି।

ଉଦ୍ଧାର ନାବାଳିକାଙ୍କ ମଧ୍ୟରୁ କେତେକ ଛୁଟିରେ ଗାଁକୁ ଆସିଥିବା ବେଳେ ଅନ୍ୟମାନେ ଯାଉଥିବା ଜଣାପଡିଛି। ଚାଇଲଡ ଲାଇନ ପକ୍ଷରୁ ପଚରା ଉଚୁରା ପରେ ସିଡବ୍ଲୁସି ଜରିଆରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି। ନାବାଳିକାଙ୍କୁ ପଚରା ଉଚୁରା ବେଳେ ଚାଇଲଡ ଲାଇନର କେ.ନୀଲାବେଣି, ବିଜୟ କେତନ ସାହୁ, ରଞ୍ଜିତ ମାଝୀ, ଏମ୍‌.କ୍ରିଷ୍ଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର