ପ୍ରବଳ ବର୍ଷା ଯୋଗୁଁ ୮ ଟ୍ରେନ୍‌ ଚଳାଚଳ ବାତିଲ୍‌

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାକୁ ନଜରରେ ରଖି ରେଳବାଇ ପକ୍ଷରୁ ୮ଟି ଟ୍ରେନ୍‌ ଚଳାଚଳକୁ ବାତିଲ କରି ଦିଆଯାଇଛି। ବିଶେଷକରି ଭୁବନେଶ୍ୱର ଓ ଖୋର୍ଧାରୋଡ୍‌ ଅଞ୍ଚଳରେ ଟ୍ରେନ୍‌ ଲାଇନ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଅନେକ ଟ୍ରେନ୍‌କୁ ବାତିଲ କରି ଦିଆଯିବା ସହ କିଛି ବିଳମ୍ବରେ ଚାଲୁଛି। ଏହାସହ ଅନେକ ଟ୍ରେନ୍‌ଗୁଡ଼ିକର ଚଳାଚଳ ପୁନଃନିର୍ଧାରଣ କରାଯାଇଛି।

ପୁରୀ-ଖୋର୍ଧା ରୋଡ୍‌ ପାସେଞ୍ଜର, ଖୋର୍ଧାରୋଡ-ପୁରୀ ପାସେଞ୍ଜର, କଟକ-ପୁରୀ ପାସେଞ୍ଜର, ପୁରୀ-କଟକ ପାସେଞ୍ଜର, ଖୋର୍ଧାରୋଡ-ନୟାଗଡ଼ ଟାଉନ୍‌ ପାସଞ୍ଜେର, ନୟାଗଡ଼ ଟାଉନ-ଖୋର୍ଧାରୋଡ୍‌ ପାସେଞ୍ଜର, ଖୋର୍ଧାରୋଡ୍‌-ପୁରୀ ପାସେଞ୍ଜର ଓ ପୁରୀ-ଖୋର୍ଧାରୋଡ୍‌ ପାସେଞ୍ଜରକୁ ବାତିଲ କରି ଦିଆଯାଇଛି। ସମସ୍ତ ରଥଯାତ୍ରା ସ୍ପେଶାଲ ଟ୍ରେନ୍‌ ଖୋର୍ଧାରୋଡ-ପୁରୀ-ଖୋର୍ଧାରୋଡ ଏବଂ ଖୋର୍ଧାରୋଡ-ନୟାଗଡ଼-ଖୋର୍ଧାରୋଡ, କଟକ-ପାରାଦୀପ-କଟକ ପାସେଞ୍ଜର, ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ରଥଯାତ୍ରା ସ୍ପେଶାଲ ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି। ଅପରପକ୍ଷେ ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସଞ୍ଜେର ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନ୍‌ରୁ ଅପରାହ୍‌ଣ ୪ଟା ପରିବର୍ତେ ସାଢ଼େ ୫ଟାରେ ଛାଡ଼ିବ ବୋଲି ରେଳବାଇ ପକ୍ଷରୁ ପ୍ରକାଶ।

ସେହିପରି ବର୍ଷା ଯୋଗୁଁ ପୁରୀ-ତାଳଚେର ପାସେଞ୍ଜର ଟ୍ରେନ୍‌ ପୁରୀ-ଖୋର୍ଧାରୋଡ୍‌ ପରିବର୍ତେ ଖୋର୍ଧାରୋଡରୁ ଛାଡ଼ିବ। ପୁରୀ-ଗୁଣୁପର ପାସେଞ୍ଜର ପୁରୀ-ସାକ୍ଷୀଗୋପାଳ ପରିବର୍ତେ ସାକ୍ଷୀଗୋପାଳ, ପୁରୀ-ରାଉରକେଲା ପାସେଞ୍ଜର ପୁରୀ-କଟକ ପରିବର୍ତେ କଟକ, ଭୁବନେଶ୍ୱର-ପଲାସା ପାସେଞ୍ଜର ଭୁବନେଶ୍ୱର-ବାଲୁଗାଁ ପରିବର୍ତେ ବାଲୁଗାଁ ଷ୍ଟେସନ୍‌ରୁ ଛାଡ଼ିବ। ଅପରପକ୍ଷେ ଭୁବନେଶ୍ୱର-ପୁରୀ ରଥଯାତ୍ରା ସ୍ପେଶାଲ ଟ୍ରେନ୍‌ ସକାଳ ୬ଟା ୩୫ ପରିବର୍ତେ ୮ଟା ୧୧ରେ ସାକ୍ଷୀଗୋପାଳ ଟ୍ରେନ୍‌ ଛାଡ଼ିଥିବା ଜଣାପଡ଼ିଛି। ଖୋର୍ଧା-ପୁରୀ ପାସେଞ୍ଜର ସକାଳ ୬ଟା ୩୫ ପରିବର୍ତେ ଖୋର୍ଧା ରୋଡ ଷ୍ଟେସନ୍‌ ୮ଟା ୨୦ରେ ଛାଡ଼ିଛି। ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ୍‌ ସକାଳ ୫ଟା ୩୦ ପରିବର୍ତେ ୬ଟା ୩୫ରେ ଭୁବନେଶ୍ୱରୁ ଷ୍ଟେସନ୍‌ ଛାଡ଼ିଛି। ହାଓ୍ଵଡା-ପୁରୀ ଏକ୍ସପ୍ରେସ୍‌ ସକାଳ ୫ଟା ୫୦ ପରିବର୍ତେ ରେତଙ୍ଗ ଷ୍ଟେସନ୍‌ରୁ ସକାଳ ୬ଟା ୨୮ମିନିଟ୍‌, ଭୁବନେଶ୍ୱର-ବିଶାଖାପାଟଣା ଏସ୍‌ଏଫ ଏକ୍ସପ୍ରେସ୍‌ ସକାଳ ୭ଟାଳ ୩୫ମିନିଟ୍‌ ପରିବର୍ତେ ସକାଳ ୯ଟା ୨୦, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍‌ ସକାଳ ସାଢ଼େ ୮ଟା ପରିବର୍ତେ ଭୁବନେଶ୍ୱର ଷ୍ଟେସନରୁ ୯ଟା, ଥିରୁବନନ୍ତପୁରମ-ସାଲିମାର ଏକ୍ସପ୍ରେସ୍‌ ସକାଳ ୭ଟା ୧୪ ପରିବର୍ତେ ସକାଳ ୯ଟା ୦୭, ହାଓ୍ଵଡ଼ା-ଚେନ୍ନାଇ ସେଣ୍ଟ୍ରାଲ ମେଲ ସକାଳ ୭ଟା ୦୨ ପରିବର୍ତେ ଭୁବନେଶ୍ୱର ଷ୍ଟେସନ୍‌ରୁ ୭ଟା ୫୫, ହାତିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍‌ ସକାଳ ୬ଟା ୩୫ ପରିବର୍ତେ ଭୁବନେଶ୍ୱର ୯ଟା ୧୦, ପୁରୀ-କାମାକ୍ଷା ଏକ୍ସପ୍ରେସ୍‌ ସକାଳ ୭ଟା ପରିବର୍ତେ ମଞ୍ଚେଶ୍ୱର ଷ୍ଟେସନ୍‌ରୁ ୯ଟା ୦୮, ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍‌ ସକାଳ ୮ଟା ୧୦ ପରିବର୍ତେ ଭୁବନେଶ୍ୱରରୁ ୯ଟା ୧୨, ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ସକାଳ ୮ଟା ୩୮ ପରିବର୍ତେ ମଞ୍ଚେଶ୍ୱର ଷ୍ଟେସନ୍‌ରୁ ୯ଟା ୧୮, ପୁରୀ-କଟକ ଟ୍ରେନ୍‌ ସାକଳ ୮ଟା ପରିବର୍ତେ ପୁରୀ ଷ୍ଟେସନ୍‌ରୁ ୮ଟା ୧୫, ପୁରୀ-ଗୁଣୁପର ସକାଳ ୮ଟା ୩୦ ପରିବର୍ତେ ସକାଳ ୯ଟା, ବଡ଼ବିଲ-ପୁରୀ ଏକ୍ସପ୍ରେସ୍‌ ସକାଳ ସାଢ଼େ ୬ଟା ପରିବର୍ତେ ମୋଟରୀ ଷ୍ଟେସନ୍‌ରୁ ୮ଟା ୫୫, ହାଓ୍ଵଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‌ ସକାଳ ସାଢ଼େ ୬ଟା ପରିବର୍ତେ ଖୋର୍ଧାରୋଡରୁ ୮ଟା ୩୮, ହାଓ୍ଵଡା-ଶ୍ରୀ ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌ ଏକ୍ସପ୍ରେସ୍‌ ସକାଳ ସାଢ଼େ ୭ଟା ପରିବର୍ତେ କାଇପଦର ରୋଡରୁ ୯ଟା ୪୦, ବିଶାଖାପାଟଣା-ଅମ୍ରିତସର ହୀରାକୁଦ ଏକ୍ସପ୍ରେସ୍‌ ସକଳ ସାଢ଼େ ୬ଟା ପରିବର୍ତେ ଖୋର୍ଧାରୋଡ ଷ୍ଟେସନ୍‌ରୁ ସାକଳ ୯ଟା ୧୦, ଏର୍ଣ୍ଣାକୁଲମ-ପାଟଣା ଏକ୍ସପ୍ରେସ୍‌ ସକାଳ ୬ଟା ପରିବର୍ତେ ଖୋର୍ଧାରୋଡ ଷ୍ଟେସନ୍‌ରୁ ୮ଟା ୫୫, ହାଓ୍ଵଡା-ମହୀଶୂର ଏକ୍ସପ୍ରେସ୍‌ ସକାଳ ୭ଟା ୧୦ ପରିବର୍ତେ ଭୁବନେଶ୍ୱରରୁ ୭ଟା ୪୦ ମିନିଟ୍‌ରେ ଛାଡ଼ିଥିବା ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର