୮୦ ପଜିଟିଭ କେଉଁ ରାଜ୍ୟରୁ ଆସିଥିଲେ ଜାଣନ୍ତୁ ?

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୮୦ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଗଜପତିର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ହୋଇଥିବାବେଳେ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ସେହିପରି ପୁରୀର ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ଥିଲେ । ଚିହ୍ନଟ ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଗୁଜରାଟ, ୪ ଆକ୍ରାନ୍ତ ପଶ୍ଚିମବଙ୍ଗ, ଜଣେ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ଜଣେ ତାମିଲନାଡୁ ଫେରନ୍ତା ଅଛନ୍ତି | ନୟାଗଡ଼ର ସମସ୍ତ ୫ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ୨ ସୁରତ, ୨ ତେଲେଙ୍ଗାନା ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ କଟକର ଜଣେ ଆକ୍ରାନ୍ତ ଗୁଜରାଟ ଫେରନ୍ତା ବୋଲି ଜଣାପଡିଛି |


ବାଲେଶ୍ୱରର ୩ ଜଣ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବାବେଳେ ସଙ୍ଗରୋଧ କେନ୍ଦ୍ରରେ ଥିଲେ |ଗଞ୍ଜାମର ୧୫ ଆକ୍ରାନ୍ତ ସୁରତ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି | ଯାଜପୁରର ସମସ୍ତ ୧୪ ଆକ୍ରାନ୍ତ ସଙ୍ଗରୋଧରେ ଥିଲେ । ୮ ପଶ୍ଚିମବଙ୍ଗ, ୫ ଆନ୍ଧ୍ରପ୍ରଦେଶ ଓ ଜଣେ ଗୁଜରାଟ ଫେରନ୍ତା ହୋଇଥିବାବେଳେ ସୁନ୍ଦରଗଡ଼ର ୫ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ଭାବେ ସଙ୍ଗରୋଧରେ ଥିଲେ । ସେହିପରି କନ୍ଧମାଳର ୨ ଜଣ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରିଥିବାବେଳେ ଝାରସୁଗୁଡ଼ାର ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଘରେ ସଙ୍ଗରୋଧରେ ଥିବାବେଳେ ଜଣେ ସଙ୍ଗରୋଧ କେନ୍ଦ୍ରରେ ଥିଲେ |

ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ଜଣେ ମହାରାଷ୍ଟ୍ରରୁ ଫେରିଥିବାବେଳେ ଅନ୍ୟ ବ୍ୟକ୍ତି ଜଣକ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ସେହିପରି ମାଲକାନଗିରିର ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁରୁ ଆସିଥିବାବେଳେ ଜଣେ ତେଲେଙ୍ଗାନାରୁ ଆସିଥିଲେ | ସେହିପରି ଅନ୍ୟ ଜଣେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ନବରଙ୍ଗପୁର ଓ ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତିମାନେ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଥିଲେ |

ସମ୍ବନ୍ଧିତ ଖବର