କଳାହାଣ୍ଡି, ନୂଆପଡ଼ାରେ ୮୨ ପ୍ରାର୍ଥୀଙ୍କ ନାମାଙ୍କନ : ଆଜି ଯାଞ୍ଚ, ୨୮ ସୁଦ୍ଧା ପ୍ରତ୍ୟାହାର

କଳାହାଣ୍ଡି : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ସମୟସୀମା ଆଜି ଶେଷ ହୋଇଛି। ଏହା ଅନ୍ତର୍ଗତ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ଏଠାରେ ମୋଟ ୮୨ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଲୋକସଭା ଆସନ ପାଇଁ ମୋଟ ୯ ଜଣ, ଭବାନୀପାଟଣା ସଦର ‌ବିଧାନସଭା ଆସନ ପାଇଁ ୧୦ ଜଣ, ଧର୍ମଗଡ଼ ବିଧାନସଭା ଆସନ ପାଇଁ ୧୩ ଜଣ, ନର୍ଲା ବିଧାନସଭା ଆସନ ପାଇଁ ୧୪ ଜଣ, ଜୁନାଗଡ଼ ବିଧାନସଭା ଆସନ ପାଇଁ ୮ ଜଣ, ଲାଞ୍ଜିଗଡ଼ ବିଧାନସଭା ଆସନ ପାଇଁ ୯ ଜଣ, ନୂଆପଡ଼ା ବିଧାନସଭା ଆସନ ପାଇଁ ୯ ଜଣ, ଖଡ଼ିଆଳ ବିଧାନସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି (୨୬ ତାରିଖ) ପ୍ରାର୍ଥିପତ୍ରଗୁଡ଼ିକର ଯାଞ୍ଚ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୮ ତାରିଖ। ଏପ୍ରିଲ ୧୧ ତାରିଖରେ ଏହି ଆସନଗୁଡ଼ିକରେ ଭୋଟ ଗ୍ରହଣ ହେବ।

କଳାହାଣ୍ଡି-ନୂଆପଡ଼ା ଜିଲ୍ଲା: ବିଭିନ୍ନ ଆସନ‌େର ପ୍ରମୁଖ ଦଳୀୟ ପ୍ରାର୍ଥୀ

ଆସନ                       ବିଜେଡି             ବିଜେପି                କଂଗ୍ରେସ
କଳାହାଣ୍ଡି ଲୋକସଭା    ପୁଷ୍ପେନ୍ଦ୍ର ସିଂହଦେଓ     ବସନ୍ତ କୁମାର ପଣ୍ଡା    ଭକ୍ତଚରଣ ଦାସ
ଭବାନୀପଟଣା (ସଂ)     ଦୁଷ୍ମନ୍ତ ନାଏକ           ପ୍ରଦୀପ୍ତ ନାଏକ        ସାଗର ଚରଣ ଦାସ
ଜୁନାଗଡ଼                  ଦିବ୍ୟଶଙ୍କର ମିଶ୍ର        ମନୋଜ ମେହେର    ଅନିଲ ସିଂହଦେଓ
ଧର୍ମଗଡ଼                  ମୌଷୋଧୀ ବାଗ       ଅନନ୍ତ ପ୍ରତାପ ଦେଓ   ଦିଗମ୍ବର ଦୁରିଆ
ନର୍ଲା                      ଭୂପିନ୍ଦର ସିଂହ           ଅନିରୁଦ୍ଧ ପ୍ରଧାନ        ଚିତ୍ତରଞ୍ଜନ ମଣ୍ଡଳ
ଲାଞ୍ଜିଗଡ଼ (ସଂ)          ପ୍ରଦୀପ ଦିଶାରୀ          ରମେଶ ମାଝୀ          ଶିବାଜୀ ମାଝୀ
ନୂଆପଡ଼ା                 ରାଜେନ୍ଦ୍ର ଢୋଲକିଆ    ହୋମସିଂ ମାଝୀ          ଘାସିରାମ ମାଝୀ
ଖଡ଼ିଆଳ                  ଲମ୍ବୋଦର ନିଆଲ      ରୀତାରାଣୀ ବଗର୍ତ୍ତୀ      ଅଧିରାଜ ପାଣିଗ୍ରାହୀ

ସମ୍ବନ୍ଧିତ ଖବର