ଭୁବନେଶ୍ୱର: ଓଡ଼ିଶାକୁ ୮୪ ହଜାର ଓଡ଼ିଆ ଫେରିଛନ୍ତି। ଏମାନେ ଅନ୍ୟ ରାଜ୍ୟ ଅଥବା ବିଦେଶରେ ବିଭିନ୍ନ କାମ କରୁଥିଲେ। ଭାରତ ଲକ୍ଡାଉନ୍ ହେବା ପୂର୍ବରୁ ଏମାନେ ଫେରିଆସିଛନ୍ତି। କିନ୍ତୁ ଏହି ସମସ୍ତଙ୍କୁ ସଙ୍ଗରୋଧରେ ରଖିବା ଦରକାର। ଏହା ନ ହେଲେ କାରାନା ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହେବ । ବାହାର ଫେରନ୍ତାଙ୍କ ସଂଖ୍ୟାକୁ ଆଖିରେ ରଖି ପଞ୍ଚାୟତ ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୨୭୬ଟି ସଙ୍ଗରୋଧ ସୁବିଧା ପ୍ରସ୍ତୁତ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ।
ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି ଯେ, ଯେଉଁ ଓଡ଼ିଆମାନେ ଅନ୍ୟ ରାଜ୍ୟରୁ ଅଥବା ବିଦେଶରୁ ଆସିଛନ୍ତି, ସେମାନଙ୍କ ମଧ୍ୟରେ କରୋନା ଆକ୍ରାନ୍ତ ଥାଇ ପାରନ୍ତି। ସେଥିପାଇଁ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ଡରିଯିବା ନାହିଁ। ଏହି ଯୁଦ୍ଧରେ ଆମକୁ ବିଜୟୀ ହେବାର ଦରକାର ଅଛି।
ବର୍ତ୍ତମାନ ଆମେ ଆମେ ୨ୟ ପର୍ଯ୍ୟାରେ ଅଛୁ, ତୃତୀୟ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। କାରଣ ତୃତୀୟ ପର୍ଯ୍ୟାୟରୁ ୪ର୍ଥ ପର୍ଯ୍ୟାୟରେ ପହଞ୍ଚିବା ବଡ଼ କଥା ନୁହେଁ। ଯଦି ଭାରତରେ କରୋନା ଭାଇରସ ୪ର୍ଥ ପର୍ଯ୍ୟାୟରେ ପହଞ୍ଚି ଯାଏ,ତେବେ ପରିସ୍ଥିତି ଅକଳ୍ପନୀୟ ରହିବ । ତେଣୁ ଏବେ ସତର୍କତାର ସହିତ ଆମକୁ ବଞ୍ଚିବାର ଅଛି ବୋଲି ସେ ପରାମର୍ଶ ଦେଇଛନ୍ତି।
ଓଡ଼ିଶାରେ କରୋନା ନେଇ ରାଜ୍ୟ ସରକାର ଅନେକ ଗୁଡ଼ିଏ ଭଲ ପଦକ୍ଷେପ ନେଇଛନ୍ତି। ତୃତୀୟ ପର୍ଯ୍ୟାୟ ପାଇଁ ଜରୁରୀକାଳୀନ ଚିକିତ୍ସା କରାଯିବା ଦରକାର। ଅଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଭୁବନେଶ୍ୱରରେ ୨ଟି ବୃହତ୍ତ ରାଜିନାମା ସ୍ୱାକ୍ଷର କରିଛନ୍ତି।
ଶ୍ରୀ ବାଗ୍ଚୀ କହିଛନ୍ତି, ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ଲକ୍ଡାଉନ ରହିବା, ସଂକ୍ରମଣ ଆଶଙ୍କା ହେଲେ ୧୦୪କୁ ଫୋନ୍ କରିବା। ସେମାନେ ନିଷ୍ପତ୍ତି ନେବେ ଆପଣଙ୍କ ଚିକିତ୍ସା ପାଇଁ କ’ଣ କରାଯିବ। କରୋନା ହସ୍ପିଟାଲ ବିପଦଜନକ ମୁକାବିଲା ପାଇଁ କାମ କରିବ। ଜରୁରୀ ନହେଲେ ୨ରୁ ୩ ସପ୍ତାହ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ। ସେ କହିଛନ୍ତି ଖବରକାଗଜ ବିତରଣ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ। ତେଣୁ ନ୍ୟୁଜ ପ୍ରିଣ୍ଟ ଚାଲିବ ତେଣୁ ଖବରକାଗଜ ଯାନ ରାସ୍ତାରେ ଯାଇପାରିବ। ସକାଳ ସମୟରେ ୪ଟାରୁ ୭ଟା ମଧ୍ୟରେ ଖବରକାଗଜ ବିତରଣ କରିବାରେ ଅସୁବିଧା ନାହିଁ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ କୁହାଯାଇଛି।
/sambad/media/post_attachments/wp-content/uploads/2020/03/Bagchi-3.jpg)
ଶ୍ରୀ ବାଗ୍ଚୀ କହିଛନ୍ତି, ଓଡ଼ିଶାରେ ଏପର୍ଯ୍ୟନ୍ତ ୧୬୪ଟି ପରୀକ୍ଷା ନମୁନା ହସ୍ତଗତ ହୋଇଛି। ଏଥିରୁ ୨ଟି ପଜିଟିଭ ବାହାରିଛି। ନୂଆ ପଜିଟିଭ ବାହାରି ନାହିଁ। ଯେଉଁ ୨ ଜଣ ପଜିଟିଭ ଅଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ସେମାନେ ୫୫ ଜଣ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସମସ୍ତଙ୍କ ସହିତ ଯୋଗାଯୋଗ କରାଯାଇଛି। ସେହିଭଳି ବିଦେଶରୁ ଆସିଥିବା ୪୨୪୯ ଜଣ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୩୪ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। କରୋନା ନିୟମ ଉଲଂଘନ କରିବା ଯୋଗୁଁ ୪୦୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏଥିରେ ଲକ୍ଡାଉନ ନିୟମ ଉଲଂଘନ ଯୋଗୁଁ ୩୮୦ଟି ମାମଲା ରୁଜୁ ହୋଇଛି। ସେହିଭଳି ହୋମ୍ କ୍ୱାରେଣ୍ଟାଇନ ନିୟମ ଉଲଂଘନ କରିବା ଯୋଗୁଁ ୧୦ଟି ମାମଲା ଅନ୍ତର୍ଭୁକ୍ତ ହୋଇଛି। ସେହିଭଳି ଅନ୍ୟ ନିୟମ ଉଲଂଘନ ପାଇଁ ୧୪ଟି ମାମଲା ରୁଜୁ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ରୁହନ୍ତୁ। ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ସେହିପରି ଅନ୍ୟ ରାଜ୍ୟର ଲୋକମାନଙ୍କୁ ମଧ୍ୟ ଓଡ଼ିଶାରେ ଉପଯୁକ୍ତ ଯତ୍ନ ନିଆଯାଉଛି। ଏ ନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରି ଦିଆଯାଇଛି। କୌଣସି ଜିନିଷ ବ୍ୟସ୍ତ ହୋଇ କିଣିବା ନାହିଁ। ରାତି ୧୦ ଟାରେ ଡମଣା, ପଟିଆ ଓ ଅନ୍ୟ ସ୍ଥାନରେ ପରିବା, ଫଳ, ଗ୍ରୋସରୀ ଦୋକାନ ଖୋଲା ଥିଲା। ତେବେ ଯାନବାହନ ଚଳାଚଳ ପାଇଁ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେବେ, ତାଙ୍କ ପାଇଁ ହେଲପ୍ଲାଇନ୍ ନମ୍ବର ଜାରି କରାଯାଇଛି।
ଆଜି ଗୃହ ବିଭାଗରେ ଏକ ୨୪ ଘଣ୍ଟିଆ ହେଲପ୍ଲାଇନ ନମ୍ବର ୦୬୭୪ ୨୩୯୨୧୧୫ ଏବଂ ୯୪୩୮୯୧୫୯୮୬ ଜାରି କରାଯାଇଛି। ରାଜ୍ୟ ବାହାର ଲୋକେ ଏହି ହେଲପ୍ଲାଇନ ନମ୍ବରକୁ ଯୋଗା କରାଯାଇ ପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/421fc75f-93e6-4320-95de-dcecd32c03a2.jpg)