ବିତରକ କମ୍ପାନିଙ୍କ ଉପରେ ଗ୍ରୀଡ୍‌କୋର ବାକି ୮,୯୫୯ କୋଟି

ଭୁବନେଶ୍ୱର: ଏ ବର୍ଷ ସେପେ୍ଟମ୍ବର ଶେଷ ସୁଦ୍ଧା ବିଦ୍ୟୁତ ବିତରକ କମ୍ପାନିଗୁଡ଼ିକ ଉପରେ ରାଜ୍ୟ ସରକାରଙ୍କ ଗ୍ରୀଡ଼କୋର ବକେୟା ୮,୯୫୯ କୋଟି ୬୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ତଥ୍ୟ ରଖିଛନ୍ତି। ତଥ୍ୟ ଅନୁଯାୟୀ, େୱସ୍‌କୋ ପାଇକାରୀ ବିଦ୍ୟୁତ ଦେୟ ଓ ଋଣ ବାବଦରେ ୧୧୧୩ କୋଟି ୯୭ ଲକ୍ଷ ଟଙ୍କା ବାକି ରଖିଥିବା ବେଳେ ବିଳମ୍ବିତ ବିଲ୍‌ ପୈଠ ଜରିମାନା ବାବଦରେ ଆଉ ୧୩୮୯ କୋଟି ୨୮ ଲକ୍ଷ ଟଙ୍କା, ଅର୍ଥାତ୍‌ ମୋଟ ୨୫୦୩ କୋଟି ୨୫ ଲକ୍ଷ ଟଙ୍କା ପୈଠ କରି ନାହିଁ। ନେସ୍‌କୋ ଉଭୟ କ୍ଷେତ୍ରରେ ଯଥାକ୍ରମେ ୧୦୦୩.୭୫ କୋଟି ଓ ୮୫୯.୦୩ କୋଟି, ସାଉଥ୍‌କୋ ୧୧୪୫.୭୭ କୋଟି ଓ ୫୬୦.୯୨ କୋଟିକୁ ମିଶାଇ ମୋଟ ୧୭୦୬.୬୯ କୋଟି ଏବଂ ସେସୁ ଯଥାକ୍ରମେ ୧୯୯୭.୩୪ କୋଟି ଓ ୮୮୯.୫୭ କୋଟିକୁ ମିଶାଇ ମୋଟ ୨୮୮୬ କୋଟି ୯୧ ଲକ୍ଷ ଟଙ୍କା ଗ୍ରୀଡ଼କୁ ନ ଦେଇ ବାକି ରଖିଛି।

ଶ୍ରୀ ପଟ୍ଟନାୟକଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ବିତରକ କମ୍ପାନି ୍ୱେସ୍‌କୋ, ନେସ୍‌କୋ, ସାଉଥ୍‌କୋ ଓ ସେସୁ ଯଥାକ୍ରମେ ୟୁନିଟ୍‌ ପିଛା ୩ ଟଙ୍କା ୪ ପଇସା, ୨ ଟଙ୍କା ୯୮ ପଇସା, ୧ ଟଙ୍କା ୮୬ ପଇସା ଓ ୨ ଟଙ୍କା ୬୧ ପଇସା ଦରରେ ଗ୍ରୀଡ଼କୋ ଠାରୁ ପାଇକାରୀ ବିଦ୍ୟୁତ କିଣୁଛନ୍ତି। କମ୍ପାନିଗୁଡ଼ିକ ହାରାହାରି ୨ ଟଙ୍କା ୭୦ ପଇସା ଦରରେ ବିଦ୍ୟୁତ କିଣି ଗ୍ରାହକମାନଙ୍କୁ ୟୁନିଟ୍‌ ପିଛା ହାରାହାରି ୪ ଟଙ୍କା ୨୦ ପଇସା ଦରରେ ବିଦ୍ୟୁତ ବିକୁଛନ୍ତି। ତେବେ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ କମ୍ପାନିଙ୍କ ବାକି କେତେ-ସେ ସମ୍ପର୍କରେ ମନ୍ତ୍ରୀ କୌଣସି ତଥ୍ୟ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର