ସଟଡାଉନ ବେଳେ ଭଦ୍ରକ ସହରରେ ଵୁଲିଵା ଅଭିଯୋଗରେ ୯ଯୁଵକ ଗିରଫ, ସମସ୍ତଙ୍କୁ ୧୪ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଗଲା

ଭଦ୍ରକ : ଭଦ୍ରକ ସହରରୁ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ କୋକୁଆ ଭୟ। ସଟଡାଉନ ଘୋଷଣା ହୋଇଥିବା ସମୟରେ ଭଦ୍ରକ ସହରରେ ଵୁଲିଵା ଅଭିଯୋଗରେ ୯ଜଣଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭଦ୍ରକ ଟାଉନ ଥାନା ପୁଲିସ ୯ଜଣ ଯୁଵକଙ୍କୁ ଗିରଫ କରିଥିବା ଜଣାଯାଇଛି । ସମସ୍ତ ଯୁଵକଙ୍କୁ ୧୪ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଛି ।
ଏଣେ ଭଦ୍ରକ ଟାଉନ ପରେ ଭଦ୍ରକ ବ୍ଲକକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକ ବ୍ଲକ ଓ ଚରମ୍ପା ଅଞ୍ଚଳକୁ ବି ସିଲ୍‌ କରାଯିବା ଲାଗି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨ କରୋନା ରୋଗୀଙ୍କ ଘର ଭଦ୍ରକ ସହରର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ପୁଲିସ୍ ଉଠାଇନେବା ପରେ କଟକର ଅଶ୍ବିନୀ ହସ୍ପିଟାଲରେ ରଖାଯାଇଛି।

ତେବେ ଭଦ୍ରକ ସହରରେ ଗତକାଲି ରାତି ୮ ଟାରୁ କର୍ଫ୍ୟୁ ଲାଗୁ ହେବା ଆଗରୁ ସହରକୁ ଯୋଡ଼ୁଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଥିଲା | ରାଣୀତାଲରୁ ଚରମ୍ପା ଚକ, ଚାନ୍ଦବାଲିରୁ ଭଦ୍ରକ, ଆରଡିରୁ ଭଦ୍ରକ ରାସ୍ତାକୁ ସିଲ କରାଯାଇଥିବାବେଳେ ସହରର ସବୁ ଅଞ୍ଚଳରେ ସାନିଟାଇଜର ସ୍ପ୍ରେ କରାଯାଇଥିଲା |
କର୍ଫ୍ୟୁ ସମୟରେ ଯେଭଳି କେହି ନ ବାହାରିବେ ସେଥିପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସକୁ ମୁତୟନ କରାଯାଇଛି | କିଛି ମେଡ଼ିସିନ ଦୋକାନ ଖୋଲାଥିବାବେଳେ ତାହାକୁ ମଧ୍ୟ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ | ସେହିପରି ମେଡିକାଲ ପରିସରରୁ ଗୁରୁତର ରୋଗୀଙ୍କୁ ଛାଡିଦେଲେ ଅନ୍ୟ ରୋଗୀମାନଙ୍କୁ ଘରକୁ ପଳାଇଯିବାକୁ କୁହାଯାଇଥିଲା|

ସମ୍ବନ୍ଧିତ ଖବର