ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ୱର: ତାପମାତ୍ରା ସମଗ୍ର ରାଜ୍ୟକୁ ବୁଧବାର କଲବଲ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ଥିବା ବେଳେ ୨ଟି ସହରରେ ପାରା ୪୦ ଡିଗ୍ରି ରହିଛି। ଟିଟଲାଗଡ଼ରେ ସର୍ବାଧିକ ୪୩.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୨.୬ ଡିଗ୍ରି, ଭବାନୀପାଟଣାରେ ୪୧.୮ ଡିଗ୍ରି, ମାଲକାନଗିରିରେ ୪୧.୮ ଡିଗ୍ରି, ବଲାଙ୍ଗୀରରେ ୪୧.୫ ଡିଗ୍ରି, ସମ୍ବଲପୁରରେ ୪୧.୪ ଡିଗ୍ରି, ହୀରାକୁଦରେ ୪୧.୩ ଡିଗ୍ରି, ସୋନପୁରରେ ୪୧.୨ଡିଗ୍ରି ଓ ଅନୁଗୁଳରେ ୪୧.୧ ଡିଗ୍ରି ତାପମାତ୍ରା ରହିଛି।

ସେହିପରି ତାଳଚେରରେ୪୦.୨ ଡିଗ୍ରି, ବାଲେଶ୍ୱରରେ ୪୦.୦ ଡିଗ୍ରି,କଟକରେ ୩୯.୨ ଡିଗ୍ରି, ଚାନ୍ଦବାଲିରେ ୩୯.୧ ଡିଗ୍ରି, ସୁନ୍ଦରଗଡ଼ରେ ୩୯.୦ ଡିଗ୍ରି,ଭୁବନେଶ୍ୱର ୩୮.୧ ଡିଗ୍ରି, ପାରଦୀପ ୩୭.୫ ଡିଗ୍ରି, କେନ୍ଦୁଝର ୩୭.୫ ଡିଗ୍ରି, ଦାରିଙ୍ଗବାଡି ୩୬.୦ ଡିଗ୍ରି, କୋରାପୁଟ ୩୫.୦ ଡିଗ୍ରି, ପୁରୀ ୩୪.୬ ଡିଗ୍ରି ଓ ଗୋପାଳପୁରରେ ୩୨.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର