୯ଟି ଜିଲ୍ଲାରେ ମରୁଡି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ୯ଟି ଜିଲ୍ଲାରେ ମରୁଡି ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ସରକାରୀ ଭାବେ ଆକଳନ କରାଯାଇଛି। ଯୁଗ୍ମ ଏସ୍‌ଆରସି ପ୍ରଭାତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବରଗଡ଼, ବଲାଙ୍ଗୀର, ଦେବଗଡ଼ ଝାରସୁଗୁଡା, ସମ୍ବଲପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଜିଲ୍ଲାରେ ୬୬ ବ୍ଲକ୍‌ର ୫୬୬ଗାଁର ୨ଲକ୍ଷ ୩୩ହଜାର ୧୭୩ ହେକ୍ଟର ଚାଷ ଜମିରେ ଫସଲ କ୍ଷତି ଘଟିଛି। ଏହି ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରିଲିଫ୍‌ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମରୁଡି କ୍ଷତିପୂରଣ ନେଇ ଯୁଗ୍ମ ରିଲିଫ୍‌ କମିଶନର ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୭୦୦ଟଙ୍କା ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୧୩୫୦୦ଟଙ୍କା, ବରମାସୀ ଚାଷ ହେଉଥିବା ଜମି ପାଇଁ ହେକ୍ଟର ପିଛା ୧୮ହଜାର ଟଙ୍କା ମିଳିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର