୯ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଆନ୍ଧ୍ର ପ୍ରଦେଶର ନରସିପାଟଣମ୍‌ ପୁଲିସ ନିକଟରେ ଆଜି ୯ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବବଲି ରାଜୁ (୨୫), ଭି.ଭିରାନ୍ନା (୪୫), ଜରଥା ବାଲାରାଜୁ (୪୮), ପାଙ୍ଗି ମାଗେ (୪୫), ଜେ.ଗାଙ୍ଗାମା (୪୦), କାକୁରି ନାରାୟାଣମା (୪୦), କାକୁରି ପାର୍ବତୀ (୪୦), ଜେ.ସୀତାମା (୪୦), କାକୁରି ଲକ୍ଷ୍ମୀ (୩୫)। ଏମାନେ ଗତ ୧୫ବର୍ଷ ଧରି ନକ୍ସଲ ସଂଗଠନରେ ଜଡିତ ହୋଇ କାମ କରିଆସୁଥିଲେ। ମାଓ ନେତା କେ.ଭେଙ୍କେଟ ରାଓ ଓରଫ ରବି ଓରଫ ଗୋପାଳ ଏମାନଙ୍କୁ ସଂଗଠନରେ ସାମିଲ କରିଥିବା ଆତ୍ମସମର୍ପଣ ବେଳେ କହିଥିଲେ। ନକ୍ସଲ ସଂଗଠନ ଆଗ ଭଳି ମୁଖ୍ୟ ଉଦ୍ଦେଶ୍ୟ ନେଇ କାମ କରୁନଥିବା କହିବା ସହ ଭେଦଭାବ ଏବଂ ନିର୍ଯାତନା ବଢିଯାଇଛି। ତେଣୁ ସଂଗଠନ ଛାଡିଥିବା କହିଥିଲେ। ଆଗାମୀ ଦିନରେ ମଧ୍ୟ ବହୁ ନକ୍ସଲ ସଂଗଠନ ଛାଡିବେ ବୋଲି ଏମାନେ କହିଥିଲେ। ଆତ୍ମସମର୍ପଣକାରୀ ସମସ୍ତ ନକ୍ସଲଙ୍କୁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର