ପଞ୍ଚାୟତିରାଜ ବିଭାଗରେ ସୃଷ୍ଟି ହେଲା, ୯୦୮ଟି କନିଷ୍ଠ ଯନ୍ତ୍ରୀ ପଦବି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବିଭାଗରେ ୯୦୮ଟି କନିଷ୍ଠ ଯନ୍ତ୍ରୀ ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବ୍ଲକସ୍ତରୀୟ ଯୋଜନାର କାର୍ଯ୍ୟାନ୍ବୟନ ପାଇଁ ଅଧିକ ସଂଖ୍ୟକ କନିଷ୍ଠ ଯନ୍ତ୍ରୀ ଆବଶ୍ୟକ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ୯୦୮ଟି ପଦବିକୁ ମିଶାଇ ପଞ୍ଚାୟତିରାଜ ବିଭାଗରେ ମୋଟ କନିଷ୍ଠ ଯନ୍ତ୍ରୀଙ୍କ ସଂଖ୍ୟା ୧୭୬୧ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର