ଭଦ୍ରକ ଜିଲ୍ଲାରେ ୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ଆଜି ସୁସ୍ଥ ହେଲେ ୨୧ ଜଣ ଆକ୍ରାନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମୋଟ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ୨୭ ତାରିଖ ଦିନ ୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ପୁଣି ୨୧ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ସଂଖ୍ୟା ୯୫ରେ ପହଞ୍ଚିଥିବା ବେଳେ ଆଉ ୧୧ ଜଣ ଆକ୍ରାନ୍ତ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଭଦ୍ରକରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଶହେ ଉପରକୁ ଯିବା ପରେ ଏହା ଜିଲ୍ଲାବାସୀଙ୍କୁ ଅଧିକ ଆତଙ୍କିତ କରିଦେଇଥିଲା। ଗତ କିଛି ଦିନ ହେଲା ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ଜିଲ୍ଲାବାସୀଙ୍କ ପାଇଁ ଆଶ୍ବସ୍ତ ହୋଇଛନ୍ତି। ଅନ୍ୟ ୧୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାର ସୁଧାର ଆସୁଥିବା ସୂଚନା ମିଳିଛି।

କୋଭିଡ-୧୯ ବିରୋଧରେ ଓଡ଼ିଶା ସଫଳତାର ସହିତ ମୁକାବିଲା କରୁଛି । ଦିନକୁ ଦିନ ଓଡ଼ିଶାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସୁବ୍ୟବସ୍ଥା ସହ ପ୍ରଶାସନିକ ସହଯୋଗ ଯୋଗୁଁ ଏଭଳି ହୋଇପାରିଛି । ସେହିଭଳି ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀମାନେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖିଥିବା ଦୃଷ୍ଟିଗୋଚର ହେଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ବିଗତ ତିନି ଦିନରେ କରୋନା ପଜିଟିଭ ବ୍ୟକ୍ତିଙ୍କ ତୁଳନାରେ ସୁସ୍ଥ ହୋଇଛନ୍ତି ଅଧିକ ଆକ୍ରାନ୍ତ ।

ସମ୍ବନ୍ଧିତ ଖବର