ଝଡ଼ବର୍ଷା, ବଜ୍ରପାତ ଜନିତ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ଦେଶରେ ୨ୟ

ନୂଆଦିଲ୍ଲୀ : ଗତ ମେ-ଜୁନ ମାସରେ ସାରା ଦେଶରେ ପ୍ରାୟ ୧୦୦୬ ଜଣ ଝଡ଼ବର୍ଷା, ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡିଛି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୨୫୨ ଜଣ ଉତ୍ତରପ୍ରଦେଶରୁ ମୃତ୍ୟୁବରଣ କରିଥିବାବେଳେ ତାପଛକୁ ରହିଛି ଓଡ଼ିଶା । ଆମ ରାଜ୍ୟରେ ଏସବୁ ପ୍ରାକୃତିକ ଦୂର୍ବିପାକ କାରଣରୁ ୯୭ ଜଣ ନିହତ ହୋଇଛନ୍ତି । ପଶ୍ଚିମ ବଙ୍ଗ ଓ ବିହାରରେ ୭୪ ଜଣ ଲେଖାଏଁ, ଆନ୍ଧ୍ରପ୍ରଦେଶରେ ୭୩ ଜଣ ଏବଂ କର୍ଣ୍ଣାଟକ ଓ କେରଳରେ ୭୧ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ଝାଡ଼ଖଣ୍ଡରେ ୫୧ ଜଣ ଓ ରାଜସ୍ଥାନରେ ୪୫ ଜଣ ମୃତ୍ୟୁବରଣ କରିଛନ୍ତି । କେବଳ ଏତିକିନୁହେଁ, ଏହି ଦୁଇ ମାସରେ ଦେଶରେ ଝଡ଼ବର୍ଷା, ବଜ୍ରପାତ ଯୋଗୁଁ ପ୍ରାୟ ୬୩୫ ଜଣ ଆହତ ହୋଇଛନ୍ତି ବୋଲି କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ କିରଣ ରିଜିଜୁ ଆଜି ଲୋକସଭାରେ ସୂଚନା ଦେଇଛନ୍ତି । ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ ଏକଥା କହିଛନ୍ତି ।

ସମ୍ବନ୍ଧିତ ଖବର