ସୁଦର୍ଶନଙ୍କ ବାଲୁକା କଳାକୁ ୟୁଏନ୍‌ଇର ପ୍ରଶଂସା

ପୁରୀ : ଅନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ଜାତିସଂଘ ପରିବେଶ ବିଭାଗ ୟୁଏନ୍‌ଇ (ଏନ୍‌ଭରମେଣ୍ଟ) ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ବିଶ୍ୱ ଟର୍ଟଲ ଡେ (କଇଁଛ ଦିବସ) ଅବସରରେ ଶ୍ରୀ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ରୋକିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ। ପରିବେଶ ସଚେତନତା ଧର୍ମୀ ସୁଦର୍ଶନଙ୍କ ଏହି ବାଲୁକା କଳାକୁ ୟୁଏନ୍‌ଇ ସମେତ ଟୁଇଟ୍‌ ଯୋଗେ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର