ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଆକୁଳ ନିବେଦନ ‘ମୁଁ ବଚିଂବାକୁ ଚାହେଁ, ପୁଣି ଥରେ ଦୂନିଆକୁ ମୋ ଆଖିରେ ଦେଖିବାକୁ ଚାହେଁ’!

ଭୁବନେଶ୍ୱର : ଭୁବନେଶ୍ୱର ଭିମଟାଙ୍ଗି ଅଞ୍ଚଳରେ ବାସ କରୁଥିବା ଐଶ୍ୱର୍ଯ୍ୟା ନାମକ ଜଣେ କୁନି ଝିଅଟି ଦୁନିଆ ଦେଖିବା ଆଗରୁ ଦୁରା ରୋଗରେ ପୀଡିତ ହୋଇ ନିଜର ଦୃଷ୍ଟି ଶକ୍ତି ହରାଇ ବସିଛି । ଦୃଷ୍ଟି ଶକ୍ତି ଚାଲିଯାଇଛି ସତ କିନ୍ତୁ ଦୁନିଆକୁ ନିଜ ଆଖିରେ ଦେଖିବା ପାଇଁ ମନରେ ରହିଛି ଅତୁଟ ଆଶା । ଦୃଷ୍ଟିଶକ୍ତି ହରାଇ ବସିଥିବା ଏହି କୁନି ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ କରିଛି ନିବେଦନ। ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କୋହଭରା କଣ୍ଠରେ ଆକୁଳ ନିବେଦନ କରି କହିଛି ମୁଁ ବଚିଂବାକୁ ଚାହେଁ,ପୁଣି ଥରେ ଦୂନିଆକୁ ମୋ ଆଖିରେ ଦେଖିବାକୁ ଚାହେଁ ।

ସୁଚନା ଅନୁଯାୟୀ, ଦୁରା ରୋଗରେ ପୀଡିତ ହୋଇ ନିଜ ଦୃଷ୍ଟିଶକ୍ତିକୁ ହରାଇଛନ୍ତି ଭୁବନେଶ୍ୱର ଭିମଟାଙ୍ଗି ଅଚଂଳରେ ବାସ କରୁଥିବା ଐଶ୍ୱର୍ଯ୍ୟା । ପୂର୍ବରୁ ଠିକ ଭାବରେ ଚାଲିପାରୁନଥିଲେ ଏବଂ ଅଳ୍ପ ଅଳ୍ପ ଦେଖିପାରୁଥିଲେ ତେବେ ଐଶ୍ୱର୍ଯ୍ୟାଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃପାଦୃଷ୍ଟି ପଡିଥିଲା । ନିଜେ ନବୀନ ତାଙ୍କୁ ଭେଟିଥିଲେ ଏବଂ ମାଗଣା ଚିକିତ୍ସା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ଏହା ପରେ ଚିକିତ୍ସା ଆରମ୍ଭ ହୋଇଥିଲା ଏବଂ ଧିରେ ଧିରେ ଐଶ୍ୱର୍ଯ୍ୟାଙ୍କ ଠାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରାୟ ଦେଢ ବର୍ଷ ଚିକିତ୍ସା ଚାଲିବା ପରେ ଚିକିତ୍ସା ବନ୍ଦ ହୋଇଯାଇଥିଲା । ଐଶ୍ୱର୍ଯ୍ୟାଙ୍କ ବାପା ଜଣେ ଗରିବ ଲୋକ ହୋଇଥିବାରୁ ସେ ଐଶ୍ୱର୍ଯ୍ୟାଙ୍କ ଚିକିତ୍ସା ଜାରି ରଖିପାରିନଥିଲେ । ଏବେ ଐଶ୍ୱର୍ଯ୍ୟା ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି ।

ଭୁବନେଶ୍ୱର ଭିମଟାଙ୍ଗି ଅଞ୍ଚଳରେ ବାସ କରୁଥିବା ଏହି ପରିବାର ବେଶ୍ ଖୁସିରେ ରହୁଥିବା ବେଳେ ପରିବାର ଭିତରେ ଲୁଚିକି ରହିଛି ଏକ ବଡ ଧରଣର ଦୁଃଖ । ଦୁଃଖ ଏମିତି କି ଏ ଦୁନିଆକୁ ଦେଖିବା ଆଗରୁ ନିଜ ଦୃଷ୍ଟିଶକ୍ତି ହରାଇଛନ୍ତି ଐଶ୍ୱର୍ଯ୍ୟା । ଯେଉଁ ବୟସରେ ଅଇନା ସମ୍ମୁଖରେ ନିଜକୁ ସଜବାଜ କରିବା କଥା, ଆଜି ବି ସେ ନିଜକୁ ଦେଖିପାରୁ ନାହାନ୍ତି । ତେବେ ଯଦି ତାଙ୍କୁ ପୁନର୍ବାର ଟ୍ରିଟମେଣ୍ଟ କରାଯାଇ ପାରନ୍ତା ସେ ଦୃଷ୍ଟିଶକ୍ତି ଫେରି ପାଆନ୍ତେ ବୋଲି ଆଶା ରଖିଛନ୍ତି ପରିବାର ଲୋକଙ୍କ ସମେତ କୁନି ଝିଅ ଐଶ୍ୱର୍ଯ୍ୟା ।

ସମ୍ବନ୍ଧିତ ଖବର