ଏଏଡି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷା ଆଜି

ବାଲେଶ୍ୱର/ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ବିଭାଗ ଆସନ୍ତା କାଲି ବଙ୍ଗୋପସାଗର ଉପକୂଳବର୍ତ୍ତୀ ସମୁଦ୍ରରୁ ଏକ ଆଡଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିଜାଇଲ ପରୀକ୍ଷା କରିବାର ଯୋଜନା ରଖିଛି। ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବ୍‌ଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷା ହେବ। ପାଗ ଅନୁକୂଳ ପରିସ୍ଥିିତିରେ ହିଁ ଏହି ପରୀକ୍ଷା ସମ୍ଭବ ହେବ ବୋଲି ସୂଚନା ମିଳିଛି। ସମୁଦ୍ର ମଧ୍ୟରେ ପ୍ରତିରକ୍ଷା ବିଭାଗର ଷ୍ଟିମର ଉପରେ ମିସାଇଲ ଟେଷ୍ଟ ପାଇଁ ସ୍ଥିର ହୋଇଥିବା ବେଳେ ତାର ଅପରପାର୍ଶ୍ୱ ଚାନ୍ଦିପୁର ଘାଟୀର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ନିର୍ଧାରିତ ସମୟ ୫ମିନିଟ୍‌ ପୂର୍ବରୁ ପୃଥ୍ଵୀ ଉତ୍‌କ୍ଷେପଣ କରାଯିବ। କଲାମ ଦ୍ୱୀପରୁ ଛଡ଼ାଯାଇଥିବା ଏୟାର ଡିଫେନ୍ସ ଟେପଣାସ୍ତ୍ର ଆକାଶମାର୍ଗରେ ପୃଥ୍ଵୀକୁ ୧୨୦ କିମି ଉଚ୍ଚତାରେ ଲକ୍ଷ୍ୟଭେଦ କରି ବିଧ୍ୱଂସ କରିବ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲର ଉଚ୍ଚତା ୭.୫ ମିଟର ଓ ଗୋଲେଇ ୦.୫ ମିଟର। ଏହା ୧.୨ଟନ୍‌ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ମିସାଇଲକୁ ବହନ କରୁଥିବା ଇଞ୍ଜିନ ୧ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ବଙ୍ଗୋପସାଗର ମଧ୍ୟରେ ୧୨୦କିମି ଦୂର ପଯ୍ୟର୍ନ୍ତ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରି ବିଧ୍ୱଂସ କରିପାରିବାର କ୍ଷମତା ଏହାର ରହିଛି। ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ସକାଳ ୧୦.୧୫ରେ ବଙ୍ଗୋପସାଗର ଉପକୂଳ କଲାମ ଦ୍ୱୀପର ୪ ନମ୍ବର ଲଂଚ୍‌ପ୍ୟାଡ୍‌ରୁ ଏହାର ସଫଳ ପରୀକ୍ଷଣ ହୋଇଥିଲା।

ସମ୍ବନ୍ଧିତ ଖବର