୮ ବିମାନବନ୍ଦରର ସମୀକ୍ଷା କଲେ ଏଏଆଇ ଅଧ୍ୟକ୍ଷ

ଭୁବନେଶ୍ବର : ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ)ର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ଆଜି ପୂର୍ବାଞ୍ଚଳ ଜୋନ୍‌ର ୮ଟି ବିମାନବନ୍ଦରର ସ୍ଥିତି ବିଷୟରେ ସମୀକ୍ଷା କରିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଶ୍ରୀ ମହାପାତ୍ର ଭୁବନେଶ୍ବର, କୋଲକାତା, ପାଟଣା, ରାଞ୍ଚି, ରାୟପୁର, ବାଗଡୋଗ୍ରା, ‌େପାର୍ଟବ୍ଲେୟାର, ଗୟା ବିମାନବନ୍ଦରର ସ୍ଥିତି ସମୀକ୍ଷା କରିଥିଲେ। ଏଥିରେ ପୂର୍ବାଞ୍ଚଳ ଜୋନ୍‌ର ମୁଖ୍ୟ ଏବଂ ୮ଟି ବିମାନବନ୍ଦରର ନିର୍ଦ୍ଦେଶକମାନେ ଯୋଗଦେଇଥିଲେ। ବିମାନବନ୍ଦରରେ ଉପଲବ୍ଧ ହେଉଥିବା ଯାତ୍ରୀ ସୁବିଧା, ଭିତ୍ତିଭୂମି ଉନ୍ନତୀକରଣ, ବିଭିନ୍ନ ପ୍ରକାରର ସମସ୍ୟା, କିପରି ଲାଭରେ ବିମାନବନ୍ଦର ଚାଲିବ ସେନେଇ ଆଲୋଚନା ହୋଇଥିଲା। ସମସ୍ତ ସମସ୍ୟାର ସମାଧାନ ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର