ଆପ୍‌ର ମହାସମ୍ମିଳନୀ ଅକ୍ଟୋବର ୨ରେ

ଭୁବନେଶ୍ୱର : ଆମ ଆଦମୀ ପାର୍ଟି, ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ସଭା ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସାଙ୍ଗକୁ ପୁନର୍ଗଠିତ କାର୍ଯ୍ୟକାରିଣୀ ମଣ୍ଡଳୀ ଘୋଷଣା ହୋଇଛି। ନିଶିକାନ୍ତ ମହାପାତ୍ର ପୂର୍ବଭଳି ରାଜ୍ୟ ଆବାହକ ରହିଥିବା ବେଳେ ଅଜୟ ଦାଶଙ୍କୁ ସହ-ଆବାହକ କରାଯାଇଛି। ନନ୍ଦଲାଲ ସିଂ ସାଧାରଣ ସମ୍ପାଦକ, ଶ୍ୟାମାନନ୍ଦ ମହାପାତ୍ର କୋଷାଧ୍ୟକ୍ଷ, ଭାରଦ୍ୱାଜ ମିଶ୍ରଙ୍କୁ ରାଜ୍ୟ ମୁଖ୍ୟ ପ୍ରବକ୍ତା ଦାୟିତ୍ୱ ଦିଆଯାଇଛି।

ବିନୟ ତିଓ୍ଵାରୀ, ଅଂଶୁମାନ ଶତପଥୀ, ଜନ୍ମେଜୟ ସ୍ୱାଇଁ, ପଙ୍କଜ ନାୟକ ଏବଂ ଅମିତାଭ ପାତ୍ରଙ୍କୁ ସମ୍ପାଦକ ମଣ୍ଡଳୀର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ଏହି ସମ୍ପାଦକମଣ୍ଡଳୀରେ ଅନୁପମା ସେଠୀ, ପ୍ରମୋଦିନୀ ସେଠୀ, ସୋପାନୀ ମୁଣ୍ଡା ଓ କଲ୍ୟାଣୀ ପ୍ରଧାନ ରହିଛନ୍ତି। ଏକ ନୂତନ ଜିଲ୍ଲା ଆବାହକ ମଣ୍ଡଳୀ କରାଯାଇ ବାସିଲ ଏକ୍କା(ସୁନ୍ଦରଗଡ଼), ସୌମ୍ୟରଂଜନ ସ୍ୱାଇଁ(ଖୋର୍ଧା), ବିଶ୍ୱନାଥ ହେମ୍ବ୍ରମ୍‌(ମୟୂରଭଞ୍ଜ), ପ୍ରମୋଦ ସାହୁ(କେନ୍ଦୁଝର), ଆନନ୍ଦ ସାମଲ(ସମ୍ବଲପୁର), ଗଜପତି ମାଝୀ(କଳାହାଣ୍ଡି), ଶିଶିର କୁମାର ଭଞ୍ଜ ସାମନ୍ତ(ଗଜପତି), ବିକାଶ ଜେନା(ଭଦ୍ରକ), ଭବାନୀ ପ୍ରସାଦ ସାହୁ(ବରଗଡ଼), ଧନେଶ୍ୱର ପରିଡ଼ା(କେନ୍ଦ୍ରାପଡ଼ା), ତାପସ ଦାସ(ବାଲେଶ୍ୱର), ଜ୍ୟୋତିରଂଜନ ପଣ୍ଡା(ଅନୁଗୁଳ), ରଙ୍ଗଧର ମାଝି(ନୂଆପଡ଼ା) ଓ ସୁନୀଲ ଗୋୟଲ (ବଲାଙ୍ଗୀର)ଙ୍କୁ ସାମିଲ କରାଯାଇଛି। ସୁବ୍ରତ ଛାଟୋଇଙ୍କୁ ଯୁବବାହିନୀର ଆବାହକ, ବାସିଲ ଏକ୍କାଙ୍କୁ ରାଜ୍ୟ ଆଦିବାସୀ ମଞ୍ଚର ଆବାହକ, ମୁନ୍ତାକିମ୍‌ ବକ୍ସ ସଂଖ୍ୟାଲଘୁ ସେଲ୍‌ର ଆବାହକ ହୋଇଛନ୍ତି। ଆଇନ ବିଭାଗର ମୁଖ୍ୟ ଭାବେ ଶୁଭେନ୍ଦୁ ପଣ୍ଡା, ସୋସିଆଲ ମିଡିଆ ମୁଖ୍ୟ ଭାବେ ଶୁଭେନ୍ଦୁ ଜେନା, ଶ୍ରମିକ ବିକାଶ ସଙ୍ଗଠନର ମୁଖ୍ୟ ଭାବେ ରାମଶଙ୍କର ରାମ ଓ ଅଭିଯୋଗ ବିଭାଗର ଦାୟିତ୍ୱ ସରୋଜ ରଥଙ୍କୁ ଦିଆଯାଇଛି। ଓଡ଼ିଶାବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦଳ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବ। ଅକ୍ଟୋବର ୨ରେ ଭୁବନେଶ୍ୱରରେ ଏକ ଲକ୍ଷ ଲୋକଙ୍କ ମହାସମାବେଶ କରି ରାଜ୍ୟର ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ ସରକାରକୁ ଆଗାମୀ ନିର୍ବାଚନରେ ଜବାବ ଦେବା ପାଇଁ ପ୍ରସ୍ତୁତି କରିବାକୁ କର୍ମୀଙ୍କୁ ଆାହ୍ଵାନ ଦିଆଯାଇଛି। ଏହି ମହାସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆପ୍‌ର ରାଷ୍ଟ୍ରୀୟ ନେତା ଅରବିନ୍ଦ କେଜ୍ରିଓ୍ଵାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର