କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଓ ଯୋଗେଶ ସିଂହଙ୍କ ପ୍ରତିକ୍ରିୟା ରହସ୍ୟ ବଢାଇଲା; ଦଳ ଛାଡ଼ିବେ ନାହିଁ ତ!

ଭୁବନେଶ୍ବର : ଝରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡିବା ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଓ ଯୋଗେଶ ସିଂହଙ୍କ ପ୍ରତିକ୍ରିୟା ବି ଏ  ମାମଲାରେ ରହସ୍ୟ ବଢାଇଛି । ସାଲେପୁର ବିଧାୟକ ପ୍ରକାଶ ବେହେରା କହିଛନ୍ତି, ନବ ଦାସଙ୍କ ସହ ଆଲୋଚନା କରିନାହିଁ। ହାଇକମାଣ୍ଡ ଯେଉଁଠି ଚାହିଁବେ ସେଇଠି ଲଢିବି । ତେବେ, କଂଗ୍ରେସ କି ବିଜେଡି ହାଇକମାଣ୍ଡ କିଏ ତାହା ସ୍ପଷ୍ଟ କରିନାହାନ୍ତି ପ୍ରକାଶ ବେହେରା । ୨୦ ବର୍ଷ ହେଲା ବିଜେଡି ଭଲ କାମ କରି ଆସୁଛି । ଏବେ ମଧ୍ୟ ଭଲ କାମ କରୁଛି । ନବ ପରେ ବିଜେଡି ଯିବା ନେଇ ନିଷ୍ପତି ଝୁଲାଇ ରଖିଛନ୍ତି ପ୍ରକାଶ ବେହେରା ।

ସେପଟେ ଯୋଗେଶ ସିଂହଙ୍କ ପ୍ରତିକ୍ରିୟା ବି ରହସ୍ୟ ବଢାଇଛି । ଯୋଗେଶ କହିଛନ୍ତି, ଲୋକଙ୍କ ସହ ଚର୍ଚ୍ଚା କରୁଛି । ଲୋକେ ଯାହା କହିବେ ସେ ଅନୁସାରେ ନିଷ୍ପତି ନେବି । କିନ୍ତୁ ବର୍ତ୍ତମାନ କିଛି ନିଷ୍ପତ୍ତି ନେଇନାହିଁ ।

ଅନ୍ୟପକ୍ଷରେ ବିଜେଡିରେ ଯୋଗଦେବା ନେଇ ଝାରୁସୁଗୁଡାର ବିଧାୟକ ନବ ଦାସ ଆଜି ପୁଣି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଆସନ୍ତା ୨୪ ତାରିଖରେ ସବୁ ସ୍ପଷ୍ଟ ହୋଇଯିବ । ଏହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରୁସୁଗୁଡା ଆସୁଛନ୍ତି । ଲୋକଙ୍କ ନିଷ୍ପତିକୁ ସମ୍ମାନ ଜଣାଉଛି ଏବଂ ଲୋକେ ଯାହା ଚାହିଁ ବେ ତାହା ହିଁ ହେବ ବୋଲି କହିଛନ୍ତି ନବ ଦାସ ।

ତେବେ ୨୫ ତାରିଖରେ ରାହୁଲଙ୍କ ସମାବେଶକୁ ସେ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନବ ଦାସ । ଏ କଥାରୁ ପୁଣି ସ୍ପଷ୍ଟ ହୋଇଛି ଯେ, ବିଜେଡିରେ ଯୋଗ ଦେଇପାରନ୍ତି ନବ ଦାସ । ସେ କହିଛନ୍ତି ଆସନ୍ତା ନିର୍ବାଚନରେ ସେ ଶଙ୍ଖ ଚିହ୍ନରୁ ନିର୍ବାଚନ ଲଢନ୍ତୁ ବୋଲି ସମର୍ଥକ ଚାହୁଁଛନ୍ତି । ଲୋକେ ଚାହିଁଲେ ସେ ବିଜେଡିରେ ଯୋଗ ଦେବେ ଏବଂ ଶଙ୍ଖ ଚିହ୍ନରୁ ଝାରସୁଗୁଡାରୁ ନିର୍ବାଚନ ଲଢିବେ ବୋଲି ଗତକାଲି ନବ କହିଥିଲେ ।

ସମ୍ବନ୍ଧିତ ଖବର