ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ ବିବାଦ ତୁଟୁନି: ଆଜି ବି ଭକ୍ତଙ୍କୁ ମିଳିବ ନାହିଁ ମହାପ୍ରସାଦ

ପୁରୀ: ଗୁରୁବାର ବି ଶ୍ରୀମନ୍ଦିରରେ ବାହାରିବନି ବରାଦି ଅବଢା । ଚାରି ଦିନ ହେବ ସୁଆର ସେବାୟତ ନିଜ ଜିଦରେ ଅଟଳ ରହିବାରୁ ଭକ୍ତ ମହାପ୍ରସାଦ ପାଇନାହାନ୍ତି । ମହାପ୍ରଭୁଙ୍କ ନିକଟରେ କୋଠଭୋଗ ହେଉଥିଲେ ବି ପ୍ରଶାସନ ଓ ସୁଆର ନିଯୋଗ ସେବାୟତ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି । ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲି କୋଠଭୋଗ ଭକ୍ତଙ୍କୁ ବଣ୍ଟା ଯାଇଥିଲା । ତିନି ଦିନ ତଳେ ନୀତି ବିଳମ୍ବ ଯୋଗୁଁ ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦର କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ସୁଆର ମହାସୁଆର ନିଯୋଗ ।

ସେପଟେ ଶ୍ରୀମନ୍ଦିରରେ ଅଚଳାବସ୍ଥା ଲାଗିରହିଥିବା ବେଳେ ରଥଯାତ୍ରା ନୀତି ଆରମ୍ଭରୁ ବିଳମ୍ବ ହୋଇଛି । ରଥକାଠ ଅନୁକୂଳ ଅପରାହ୍ନ ୩ଟାରେ ହେବାକୁ ଥିବା ସନ୍ଧ୍ୟାରେ ୭ଟାରେ ଏହି ନୀତି ଶେଷ ହୋଇଥିଲା। ସେହିପରି ନିର୍ଦ୍ଧରିତ ସମୟଠାରୁ ବିଳମ୍ବରେ ଚାପକୁ ବାହାରିଥିଲେ ଶ୍ରୀବିଗ୍ରହ । ସେପଟେ ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଲାଗିଲା ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁବର୍ଣ୍ଣ କିରଟି ।ଏହି କିରଟିର ଓଜନ ୭୫୫ ଗ୍ରାମର ରହିଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର