ନୂଆଦିଲ୍ଲୀ : ଓଡିଶା, ଓଡ଼ିଆ ଓ ବିଧାନସଭା ସଦସ୍ୟଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ୨୮ ତାରିଖ ପରେ କୋଣାର୍କ ଥାନାରେ ହାଜିର ହେବାକୁ କୋର୍ଟ ଅଭିଜିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତାଙ୍କୁ ରିମାଣ୍ଡରେ ନେବାକୁ ଓଡ଼ିଶା ପୁଲିସ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ରିମାଣ୍ଡରେ ନେବାକୁ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ଓଡ଼ିଶା ପୁଲିସ ବିଫଳ ହେବାରୁ ତାଙ୍କୁ ଲକ୍ଷେ ଟଙ୍କା ମୁଚାଲିକାରେ କୋର୍ଟ ଜାମିନ ଦେଇଛନ୍ତି । ଗତ କାଲି ଓଡ଼ିଶା ପୁଲିସ ପକ୍ଷରୁ ଇମେଲ ଯୋଗେ ତାଙ୍କୁ ହାଜିର ହେବାକୁ ସମନ ପଠାଯାଇଥିଲା । ସେ ୧୦ ଦିନ ମଧ୍ୟରେ ହାଜିର ହେବେ ବୋଲି ପୁଲିସକୁ ଇ-ମେଲ ଯୋଗେ ଜଣାଇଥିଲେ । ତେବେ ଏହା ସତ୍ତ୍ବେ ଆଜି ନୂଆଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଥାନା ପୁଲିସ ସହାୟତାରେ ତାଙ୍କୁ ଓଡ଼ିଶା ପୁଲିସ ଗିରଫ କରିଥିଲା ।