ସତ୍ୟପାଠ ଦାଖଲ କଲେନି ଅଭିଜିତ୍‌ : ଦିନେ ମହଲତ ଦେଲେ ଗୃହ କମିଟି

ଭୁବନେଶ୍ବର : ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବିେରାଧରେ ଅପଶବ୍ଦ ପ୍ରୟୋଗ କରିଥିବା ତଥା ବିଧାୟକଙ୍କ ବିେରାଧରେ କଟୁ ମନ୍ତବ୍ୟ େଦଇ ଚର୍ଚ୍ଚାରେ ଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କର ଅଡୁଆ ବଢିବାରେ ଲାଗିଛି। ଆଜି ଅଭିଯୁକ୍ତ ଅଭିଜିତଙ୍କୁ ପୁଲିସ୍‌ ଜେଲ୍‌ରୁ ଆଣି ବିଧାନସଭାର ଗୃହ କମିଟି ଆଗରେ ହାଜର କରିଥିଲା। କିନ୍ତୁ ସେ ସତ୍ୟପାଠ ଦାଖଲ କରିପାରିନଥିେଲ। ଶେଷରେ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ତାଙ୍କୁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ସତ୍ୟପାଠ ସହ ହାଜର ହେବାକୁ ନିର୍ଦେଶ ଦେଇଥିଲେ। ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସେ ଚେତାବନୀ ବି ଦେଇଥିଲେ। ଗୃହ କମିଟି ବୈଠକ ପରେ ସାମ୍ବାଦିକମାନଙ୍କୁ ବିରୋଧୀ ଦଳ ନେତା ତଥା ଗୃହ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଲେ ଯେ ଅଭିଜିତ୍‌ ତାଙ୍କ ଓକିଲ ସତ୍ୟପାଠ ନେଇ ଶୀଘ୍ର ଆସିବେ ବୋଲି କହିଥିଲେ। ଏଥିପାଇଁ ଗୃହ କମିଟି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। କିନ୍ତୁ ସତ୍ୟପାଠ ମିଳିଲାନାହିଁ। ଯଦି ଆସନ୍ତାକାଲି ସେ ସତ୍ୟପାଠ ଦାଖଲ ନ କରନ୍ତି ପ୍ରଶ୍ନର ଉତ୍ତରରେ ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସେ କହିଥିଲେ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଥିବା ଶୀତକାଳୀନ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ନେଇ ଗୃହ କମିଟି ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର