ଆସିଲେନି ଅଭିଜିତ

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ସହିତ ମହାପ୍ରଭୁ ଜଗନ୍ନାଥ, ଓଡ଼ିଶାର ବିଧାୟକ ଓ ସାମ୍ବାଦିକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇ ଅନ୍ତରୀଣ ଜାମିନ ପାଇଥିବା ଦିଲ୍ଲୀର ଅଭିଜିତ ଆୟରଙ୍କର ଆଜି କୋଣାର୍କ ଥାନାରେ ହାଜର ପାଇଁ ନିର୍ଦ୍ଦେଶ ଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଶ୍ରୀ ଆୟର ଆଜି କୋଣାର୍କ ଆସି ନାହାନ୍ତି। ଅଦାଲତଙ୍କ ପରବର୍ତ୍ତୀ ନିଷ୍ପତ୍ତି ପରେ ଆୟର କୋଣାର୍କ ଆସିବେ ନା ନାହିଁ ତାହା ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର