ସତ୍ୟପାଠ ଦାଖଲ କଲେ ଅଭିଜିତ

ଭୁବନେଶ୍ବର : ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ତଥା ବିଧାୟକଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଆଜି ବିଧାନସଭା ଗୃହ କମିଟି ଆଗରେ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠକୁ କମିଟି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ ଓ ବିଧାନସଭାରେ ରିପୋର୍ଟ ଉପସ୍ଥାପନ କରିବ ବୋଲି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି।

ଗତକାଲି ଅଭିଜିତ କମିଟି ସାମ୍ନାରେ ହାଜର ହୋଇଥିଲେ ବି ଓକିଲ ଆସିପାରି ନ ଥିବାରୁ ସତ୍ୟପାଠ ଦାଖଲ କରିପାରି ନ ଥିଲେ। ତେଣୁ ଆଜି ପୂର୍ବାହ୍ନରେ ସତ୍ୟପାଠ ଦାଖଲ କରିବା ପାଇଁ କମିଟି ତାଙ୍କୁ ଶେଷ ସୁଯୋଗ ଦେଇଥିଲେ। ଆଜି ପୂର୍ବାହ୍ନରେ ଅଭିଜିତ କମିଟି ଆଗରେ ହାଜର ହୋଇ ସତ୍ୟପାଠ ଦାଖଲ କରିଥିଲେ। କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ, ଗତକାଲି ନି‌େର୍ଦ୍ଦଶ ଅନୁଯାୟୀ ଅଭିଜିତ ଆଜି ସତ୍ୟପାଠ ଦାଖଲ କରିଛନ୍ତି। କମିଟି ସାମ୍ନାରେ ତାଙ୍କର ‌େରକର୍ଡ ହୋଇଥିବା ବୟାନ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ଆଜିର ସତ୍ୟପାଠକୁ ଅନୁଧ୍ୟାନ କରାଯିବ। ଆସନ୍ତା ୧୬ ତାରିଖରେ କମିଟି ବୈଠକ ଆଉ ଥରେ ବସିବ ଏବଂ ବିଧାନସଭାର ଶୀତ ଅଧିବେଶନରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅଭିଜିତ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର