ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୨୬ ଆମେରିକୀୟ ଡଲାର!

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ହୁଣ୍ଡିରୁ ବୁଧବାର ୨୬ ଆମେରିକୀୟ ଡଲାର ମିଳିଛି। ସେହିପରି ହୁଣ୍ଡିରୁ ୨ ଲ୪ ୧୪ ହଜାର ୮୯ ଟଙ୍କା ମଧ୍ୟ ମିଳିଛି। ଏହା ଛଡ଼ା ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରେ ୧୪ ଗ୍ରାମରୁ ଅଧିକ ସୁନା ଏବଂ ୯୬ କିଲୋଗ୍ରାମରୁ ଅଧିକ ରୂପା ଦାନ କରିଛନ୍ତି।

ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଆସିଲେ ହୁଣ୍ଡିରେ ଦାନ ଓ ଦକ୍ଷିଣା ପକାଇଥାନ୍ତି । ପ୍ରତ୍ୟେକ ଦିନ ରାତିରେ ଏହି ଟଙ୍କାକୁ ଗଣାଯାଇ ଟଙ୍କା ଓ ଦାନ ଜିନିଷକୁ ସାର୍ବଜନୀନ କରାଯାଇଥାଏ । ତେବେ ଦାନ କିଏ ଦେଇଥାଏ ତାହା ଜଣାପଡେନାହିଁ । ହୁଣ୍ଡିରେ ପକାଯାଇଥିବା ଏହି ଡଲାର କୌଣସି ବିଦେଶୀ ଭକ୍ତ ଓ ପ୍ରବାସୀ ଭାରତୀୟ ପକାଇଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର