ବାଲିଝଡ଼ରେ ସମାଧି ନେଲେ ଶତାଧିକ ମେଣ୍ଢା

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡମାଧପୁର ପଞ୍ଚାୟତ ଉଦ୍ଧୁପୁର ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୁଲ୍ୟା ନଦୀ ବାଲିରେ ଶତାଧିକ ମେଣ୍ଢା ଯାଉଥିବାବେଳେ ବାଲିଝଡ଼ ମାଡ଼ି ଆସିବାରୁ ସେମାନଙ୍କ ମୃତ୍ୟୁ ହୋଇଛି।

ଅପରାହ୍ନ ପ୍ରାୟ ୪ଟା ବେଳର ଘଟଣା। ନଦୀରେ ପାଣି ନ ଥିବା ବେଳେ ବାଲି ଶୁଖିଲା ଥିଲା। ଏହି ସମୟରେ ହଠାତ୍‌ ବାଲିଝଡ଼ ସାଙ୍ଗକୁ ଜୋର୍‌ରେ ପବନ ବୋହି ଥିଲା। ନଦୀବାଲିରେ ଯାଉଥିବା ମେଣ୍ଢା ଗୁଡିକ ଆଉ ଆଗକୁ ଯାଇ ପାରି ନ ଥିଲେ। ସେମାନଙ୍କ ଉପରେ ବାଲି ମାଡ଼ିଯାଇଥିଲା। ଫ‌ଳରେ, ମେଣ୍ଢାପଲ ପୋତି ହୋଇ ଯାଇଥିଲେ। ଖବର ମିଳିବା ସୁଦ୍ଧା ବାଲି ଭିତରୁ ମେଣ୍ଢାଙ୍କ ଶବ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର