କେନ୍ଦୁଝର: କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଗିରଫ
କେନ୍ଦୁଝର:କେନ୍ଦୁଝର ଅତିରିକ୍ତ ଜିଲା ଜଜ୍ କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଟାଉନ ଥାନା ପୋଲିସ ହାତରେ ମଙ୍ଗଳବାର ଧରାପଡ଼ିଛନ୍ତି। ସେ ହେଲେ କ୍ରିଷ୍ଣା ଲୋହାର। ତାଙ୍କ ଘର ଟାଉନ ଥାନା ଗମ୍ଭାରୀଆରେ ବୋଲି ଜଣାପଡିଛି। କ୍ରିଷ୍ଣା ଗମ୍ଭାରିଆ ଗ୍ରାମ ନିକଟ ଏକ ବିଦ୍ୟାଳୟରେ ଲୁଚିଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଯେ, ଗତ ୧ ତାରିଖରେ ଅନ୍ୟ କଏଦୀଙ୍କ ସହ କ୍ରିଷ୍ଣାଙ୍କୁ କୋର୍ଟରେ ହାଜର ପାଇଁ ଜିଲା କାରାଗାରରୁ ନିଆଯାଇଥିବା ବେଳେ ସେ କୋର୍ଟ ପରିସରରୁ ଫେରାର ହୋଇଯାଇଥିଲେ। ଗତ ବର୍ଷ ଜୁଲାଇ ୩ରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ। ଏହି ଘଟଣାରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଥିଲେ। ଏ ନେଇ ଟାଉନ ଥାନା ପୋଲିସ ଅଧିକାରୀ ସୋମନାଥ ଜେନା କହିଛନ୍ତି ଯେ, ଫେରାର କଏଦୀ ଧରାପଡିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଦୀର୍ଘଦିନ ହେଲା କେଉଁଠି ଥିଲା ତାହାର ତଦନ୍ତ ପୋଲିସ କରୁଥିବା ବେଳେ ତାଙ୍କୁ ସହଯୋଗ କରୁଥିବା ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।