ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରାଜଗତର ଖଳନାୟକ ଦୈତାରୀ ପଣ୍ଡା 

ଭୁବନେଶ୍ୱର: ଯାତ୍ରାଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ଦୈତାରୀ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ କଡ଼ା ଭାଷାରେ କଥା କହିଥିବା ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ, ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଦୈତାରୀ ପଣ୍ଡା ରାଗି ଯାଇଥିଲେ। ଏବଂ କୌଣସି ପ୍ରତିକ୍ରିୟା ସେ ଦେଇ ପାରିବେ ନାହିଁ ବୋଲି ସାମ୍ବାଦିକଙ୍କୁ ରୋକଠୋକ ମନା କରି ଦେଇଥିଲେ। ଏହାପରେ ସାମ୍ବାଦିକଙ୍କୁ କଡ଼ା ଭାଷା କହିବା ଆରମ୍ଭ କରି ଦେଇଥିଲେ।

ଅନ୍ୟପକ୍ଷରେ ଦୈତାରୀ ପଣ୍ଡାଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଛନ୍ତି ତାଙ୍କର ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ। ଲତାଙ୍କ ଅଭିଯୋଗ ଅନୁଯାୟୀ, ଏକାଠି ନାଟକ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ର୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଥମରୁ ବିବାହିତ ଥିବା ସତ୍ତ୍ୱେ ଦୈତାରୀ ପଣ୍ଡା ପୁରୀରେ ଲତା ମଣ୍ଡଳଙ୍କୁ ବିବାହ କରିଥିଲେ। ଦୈତାରୀ ଓ ଲତାଙ୍କ ଦୁଇଟି ସନ୍ତାନ । ବଡ଼ ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସନ୍ତାନ ଶମ୍ଭୁନାଥ ଯୁକ୍ତତିନ ପାସ୍‌ କରି ଜାମୁଝରିସ୍ଥିତ ବାସ ଭବନରେ ରହୁଛନ୍ତି। ଦୈତାରୀ ପଣ୍ଡା ଲତା ମଣ୍ଡଳ ଓ ତାଙ୍କ ପୁଅ ଚିହ୍ନ ନଥିବା କହିବା ସହିତ ସେମାନଙ୍କ ସହ କିଛି ସମ୍ପର୍କ ନଥିବା କଥା ବି କହିଥିଲେ। ଏହାପରେ ଉଭୟ ମା’ ଓ ପୁଅ ଭଦ୍ରକ କୋର୍ଟର ଆଶ୍ରୟ ନେଇଥିବା ପରେ ବାଲେଶ୍ୱର ଶିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର