ଶାଶୁଙ୍କ ଦ୍ଵାଦଶାହରେ ଯୋଗ ଦେବାକୁ ଆସୁଥିବାବେଳେ ଦୁର୍ଘଟଣା, ୨ ଭାଇଙ୍କର ଅକାଳ ବିୟୋଗ

ନୂଆପଡ଼ା: ଶାଶୁଙ୍କ ଦ୍ଵାଦଶାହରେ ଯୋଗଦାନ କରିବା ପାଇଁ ଆସୁଥିବାବେଳେ ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୃ ହୋଇଛି | ଏହି ଘଟଣା ଜଣାପଡିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ମୁତାବକ ଛତିଶଗଡ଼ ରାଜିମ୍ ଗ୍ରାମର ଗୌତମ ବଂଶାଲୀଙ୍କ ଶାଶୁଙ୍କ ମୃତ୍ୟୁ ହେବା ପରେ ଦ୍ଵାଦଶାହ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଦୁଇଟି ଗାଡିରେ ପରିବାର ସହ ରାଜାଖଡ଼ିଆଳ ବାହାରିଥିଲେ।

ପ୍ରତୀକାତ୍ମକ ଫଟୋ

ସିଜି ୦୮ ଏଏଫ ୦୬୫୦ ଗାଡିରେ ବଡ଼ଭାଇ ଗୌତମ ବଂଶାଲୀ ଓ ସୁଶିଲ ବଂଶାଲୀ ରାଜଖଡ଼ିଆଳ ଯାଉଥିବାବେଳେ ବାଗବେହେରାଠାରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା।

ଯାହାଫଳରେ ଘଟଣାସ୍ଥଳରେ ସୁଶିଲ ବଂଶାଲୀଙ୍କ ମୃତ୍ୟୃ ହୋଇଥିବାବେଳେ ବଡ଼ଭାଇ ଗୌତମ ଓ ଚାଳକ ଦିନେଶ ସାହୁଙ୍କୁ ମହାସମୁନ୍ଦ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅଣାଯିବାବେଳେ ଡାକ୍ତରଖାନାରେ ଗୌତମଙ୍କ ମଧ୍ୟ ମୃତ୍ୟୃ ହୋଇଥିଲା। ଚାଳକ ଦିନେଶ ସାହୁ ଗୁରୁତର ଥିବା ଜଣାପଡିଛି। ମୃତକ ସୁଶିଲ ବଂଶାଲୀ ଜଣେ ଜଣାଶୁଣା କଂଗ୍ରେସ ନେତା ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର