ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା,୧୫ ଆହତ ,୪ ଗୁରୁତର

ଦେବଗଡ଼: ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଳକ ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଏକ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାର ଖବର ମିଳିଛି। ଏଥିରେ ୧୫ଜଣ ବସ୍ ଯାତ୍ରୀ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଥିବା ଜଣାଯାଇଛି। ଆହତ ଯାତ୍ରୀମାନଙ୍କୁ ବଣାଇ, ଦେବଗଡ଼ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ‘ସାରଳା’ ନାମକ ଏକ ଯାତ୍ରୀବାହୀ ବସ୍ ରାଉରକେଲାରୁ ଅନୁଗୁଳ ଅଭିମୁଖେ ଯାଉଥିଲା। ଅପରପକ୍ଷରେଏକ ମାଲବାହୀ ଟ୍ରକ୍ ଦେବଗଡ଼ ଜିଲ୍ଲା ବାରକୋଟରୁ ରାଉରକେଲା ଅଭିମୁଖେ ଯାଉଥିଲା। ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଯାତ୍ରୀବାହୀ ବସ୍ ‘ସାରଳା’ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର୍ ଆହତ ହୋଇଥିବା ଜଣାଯାଇଛି। ଟ୍ରକ ଡାଇଭରଙ୍କର ନାମ ବିଜୟ ବାହାଦୁର୍ ବୋଲି ସୂଚନା ମିଳିଛି। ଠିକ୍ ସେହିପରି, ଟ୍ରକର ହେଲପର୍ ଭୁବନ ସିଂହ ଗୁରୁତର ଥିବା କୁହାଯାଉଛି।


ଏଥିରେ ୧୫ଜଣ ବସଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଆହତ ଯାତ୍ରୀମାନଙ୍କୁ ବଣାଇଁ, ଦେବଗଡ଼ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାରକୋଟ ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ବସଯାତ୍ରୀମାନଙ୍କ ମଧ୍ୟରେ ଦମୟନ୍ତୀ ବିଶ୍ବାଳ, ସୀମା ପ୍ରଧାନ ଓ ରାଜେଶ୍ୱରୀ ଗିରି ପ୍ରମୁଖ ଅଛନ୍ତି। ଏମାନେ ବଣାଇଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବାରକୋଟ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର