ଅଟୋ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ

କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡିବାରୁ ୧୦ ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଦଶମନ୍ତପୁର ବାଗଚମା ଛକରେ ଆଜି ସକାଳେ ଜିଲ୍ଲାର ଏକ ଅଟୋରେ କିଛି ଯାତ୍ରୀ ଯାଉଥିଲେ । ସେହି ସମୟରେ ଅଟୋର ଚାଳକ ଗାଡ଼ି ଚଳାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇଥିଲେ । ଫଳରେ ଅଟୋଟି ରାସ୍ତା କଡକୁ ଓଲଟି ପଡିଥିଲା ।

Image result for autorickshaw images
Image Source-Indiatoday

ଏହା ଫଳରେ ଅଟୋରେ ଥିବା ସମସ୍ତ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଦଶମନ୍ତପୁର ମେଡିକାଲରେ ଭର୍ତି କରାଯାଇଥିବା ଜଣାଯାଇଛି । ତେବେ ମାତ୍ରାଧିକ ଯାତ୍ରୀ ନେଇ ଅଟୋଟି ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର