ଝାରସୁଗୁଡ଼ା: ଏକ ଅଜଣା ବୋଲେରୋ ଧକ୍କାରେ ଜଣେ ପିକ୍ ଅପ୍ ଭ୍ୟାନ୍ ଚାଳକ ପ୍ରାଣ ହରାଇବା ଘଟଣା ଝାରସୁଗୁଡ଼ାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୫ଟା ୪୮ ମିନିଟ୍ ସମୟରେ ଝାରସୁଗୁଡ଼ା ଜିଲ୍ଲାର ବିଟିଏମ୍ ଫାଣ୍ଡି ଅନ୍ତର୍ଗତ କଟାପାଲି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
ପିକ୍ ଅପ୍ ଭ୍ୟାନ୍ ଚାଳକ ଦିଲୀପ ପାଣ୍ଡେ ରାସ୍ତା ପାର କରି ଗାଡ଼ି ନିକଟକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ପିକ୍ ଅପ୍ ଭ୍ୟାନ୍ ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଘର ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳର ଦେବେଇପାଲିରେ ବୋଲି ଜଣାଯାଇଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୁର୍ଘଟଣା ଘଟାଇଥିବା ଉକ୍ତ ବୋଲେରୋ ଏବଂ ତା’ର ଚାଳକଙ୍କୁ ଧରିବାଲାଗି ପୁଲିସ୍ ପକ୍ଷରୁ ଉଦ୍ୟମ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Driver-Dies-While-Crossing-Road_Thumbnail.jpg)