ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ତିନିଜଣ ସାଙ୍ଗ ଭୋଜି ଖାଇ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହେବା ଫଳରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଛି। ଏହି ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ତଳସରା ଥାନା ଅନ୍ତର୍ଗତ ସବଡେଗା ନିକଟସ୍ଥ କୁଲିହାଜୋରଠାରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ମଧ୍ୟାହ୍ନରେ ଦୁଇଟି ଟ୍ରକ୍ ମୁହାଁମୁହିଁ ହେବା ଫଳରେ କୁଲିହାଜୋରଠାରେ ଏକ ଦୁର୍ଘଟଣା ହୋଇଥିଲା। କିନ୍ତୁ ପୁଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକକୁ ରାସ୍ତାରୁ ହଟେଇ ନଥିଲା।

Advertisment

publive-image

ଗତକାଲି ରାତିରେ ସବଡେଗା ଅଞ୍ଚଳର ତିନିଜଣ ସାଙ୍ଗ ବାଲିଶଙ୍କରାକୁ ଭୋଜି ଖାଇବାକୁ ଯାଇଥିଲେ। ସେମାନେ ଏକ ବାଇକରେ ଫେରୁଥିଲେ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଉକ୍ତ ବାଇକ୍ ଧକ୍କା ଦେବା ଫଳରେ ହିଁ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଆଜି ସକାଳେ ପୁଲିସ ଖବର ପାଇବାପରେ ୩ ମୃତକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛି।