ଜିନ୍ଦଲରେ ଦୁର୍ଘଟଣା : ଶ୍ରମିକ ଗୁରୁତର

ଦାନଗଦି : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ୍‌ରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସୂଚନା ମୁତାବକ, ରାଣୀପଡା ପଞ୍ଚାୟତ ଗହୀରପାଟୁଳି ମାଦିଳିଆ ଗ୍ରାମର ନିଧିଆ ପାତ୍ର (୫୨) କାରଖାନାର କୋଇଲା ଲୋଡିଂ ସାଇଡ଼ରେ କାମ କରୁଥିଲେ। କାମ ବେଳେ ଏକ କୋଇଲା ବୋଝେଇ ଗାଡ଼ି ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା। ସେ ଗୁରୁତର ହୋଇପଡ଼ିଥିଲେ। ରାତାରାତି ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଳକୁ ସ୍ଥାନାନ୍ତର କରାଯାଇଛି। ସେ ଏବେ ସେଠାରେ ଚିକିତ୍ସିତ ହେଉଛନ୍ତି। ନିଧିଆ ଅତ୍ୟନ୍ତ ଗରିବ ଶ୍ରେଣୀୟ ହୋଇଥିବା ବେଳେ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ଜିନ୍ଦଲ କାରଖାନାରେ ଗତ ଦୁଇମାସ ମଧ୍ୟରେ ୨/୩ଟି ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। କାରଖାନା ପରିସରରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର