ସଡ଼କ ଦୁର୍ଘଟଣାରେ ବିବାହିତା ଯୁବତୀଙ୍କ ପ୍ରାଣହାନି, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତାଳଚେର: ଆଜି ସକାଳେ ଅନୁଗୁଳ ଜିଲ୍ଲାର ତାଳଚେର ନିକଟବର୍ତ୍ତୀ ଗୁରୁଜାଙ୍ଗୁଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବିବାହିତା ଯୁବତୀ ପ୍ରାଣ ହରାଇଥିବା ଜଣାଯାଇଛି। ମୃତ ବିବାହିତା ଯୁବତୀଙ୍କ ନାଆଁ ପ୍ରୀତିମୟୀ ବେହେରା(୩୦) ବୋଲି ଜଣାଯାଇଛି।

ମିଳିଥିବା ସୂଚନାନୁସାରେ, ଆଜି ସକାଳେ ଜଣେ ସଂପର୍କୀୟଙ୍କ ସ୍କୁଟିରେ ବସି ପ୍ରୀତିମୟୀ ବେହେରା ତାଳଚେର ରୋଡ୍ ଷ୍ଟେସନ ଅଭିମୁଖେ ଯାଉଥିଲେ । ସେହି ସମୟରେ ଏକ ଅଜଣା ଗାଡି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଦୁହେଁ ରାସ୍ତା ଉପରେ ଛିଟିକି ପଡିଥିଲେ । ଏଥିରେ ପ୍ରୀତିମୟୀ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ । ଏତତ୍ ବ୍ୟତୀତ ବ୍ୟକ୍ତିଜଣଙ୍କ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

photo–Edufever

ପ୍ରୀତିମୟୀ ଗତକାଲି ସରାଙ୍ଗ ଇଞ୍ଜିନିଅରିଂ କଲେଜକୁ ସାର୍ଟିଫିକେଟ୍ ନେବାଲାଗି ଆସିଥିଲେ । ସେ ଗତକାଲି ନିଜର ଜଣେ ସଂପର୍କୀୟଙ୍କ ଘରେ ରହିଥିଲେ। ସେ ଭୁବନେଶ୍ବରରେ ରହନ୍ତି ବୋଲି ଜଣାଯାଇଛି। ଏହି ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଗିରଫ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର