ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକରେ ଧକ୍କା ହୋଇ ବାଇକ୍ ଚାଳକଙ୍କ ଗୋଟିଏ ହାତ କଟିଗଲା

ବାଉଁଶୁଣୀ : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥସ୍ଥିତ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅନ୍ତର୍ଗତ ଦନ୍ତାପାଲିଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକରେ ଧକ୍କା ହୋଇ ବାଇକ୍ ଚାଳକଙ୍କ ଗୋଟିଏ ହାତ କଟିଯାଇଥିବା ଜଣାଯାଇଛି। ଗୁରୁତର ଆହତ ହୋଇଥିବା ଯୁବକ ଜଣକ ସୋନପୁର ଜିଲ୍ଲା ତରଭା ଥାନା ମାରାଡୁଗୋଛା ଗାଁର କୁନା ସାହୁ(୩୨) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୪ଟା ସମୟରେ ବୌଦ୍ଧ ପଟୁ ନିଜ ଗାଁକୁ ଗ୍ଲାମର ବାଇକ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ବାଉଁଶୁଣୀ ଦମକଳ ବାହିନୀ କୁନା ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଜଣାଯାଇଛି। ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର