ଦୁର୍ଘଟଣାଗ୍ରସ୍ତ, ରକ୍ତକର୍କଟ ଓ ରକ୍ତରୋଗ ପାଇଁ ଏଣିକି ଏସ୍‌ସିବିରେ ମାଗଣା ରକ୍ତ

କଟକ : ଏସ୍‌ସିବିରେ ଏଣିକି ଅସହାୟ, ଦୁର୍ଘଟଣାରେ ଆହତ, ରକ୍ତ କର୍କଟ ଓ ବିଭିନ୍ନ ରକ୍ତଜନିତ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ମିଳିବ ମାଗଣା ରକ୍ତ। ସେମାନଙ୍କୁ ରକ୍ତ ବାବଦକୁ ମିଳୁଥିବା ୨୯୦ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ ଏଣିକି ଏହି ଖର୍ଚ୍ଚ ରାଜ୍ୟ ସରକାର ଦେବେ। ଏଭଳି ନିଷ୍ପତ୍ତିି ସଂପର୍କରେ ଆଜି ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଚିଠି ଆସିଥିବା ଜଣାପଡିଛି। ହଠାତ୍‌ ଦୁର୍ଘଟଣାର ଶିକାର ହୋଇ ମେଡିକାଲ ଆସିଥିବା ରୋଗୀଙ୍କୁ ରକ୍ତର ଆବଶ୍ୟକତା ପଡୁଥିବାବେଳେ ଅନେକ ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ ଏଭଳି ଯୋଜନା ଦ୍ୱାରା ସେମାନେ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର