ହାଇୱ୍ବା-ସ୍କୁଟି ମଧ୍ୟରେ ଧକ୍କା, ସ୍କୁଟିଚାଳକ ମୃତ

ଜଗତସିଂହପୁର: ଆଜି ସକାଳେ ଜଗତସିଂହପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଜଗତସିଂହପୁର ସଦର ଥାନା ଅର୍ନ୍ତଗତ ଢିହସାହିରେ ଏକ ହାଇୱ୍ବା-ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା। , ଏହାଫଳରେ ସାନକାଳୀ ଗାଁର ବଜ୍ରକାନ୍ତି ବର୍ଦ୍ଧନଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ବାଲିକୁଦା ଥାନା ସାନକାଳୀ ଗ୍ରାମର ବଜ୍ରକାନ୍ତି ବର୍ଦ୍ଧନ ନାମକ ଜଣେ ଯୁବକ ନିଜ ସ୍କୁଟିରେ କୌଣସି ଏକ କାମରେ ଜଗତସିଂହପୁର ଯାଉଥିଲେ ।

ସେ ଅଳ୍ପ ଗତିରେ ନିଜ ସ୍କୁଟି ଚଳାଇ ଯାଉଥିବା ବେଳେ ଢ଼ିହସାହି ଅଂଚଳରେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା । ଏହା ଫଳରେ ସେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ।ଏହାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର