୧୦୮ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଡ୍ରାଇଭରଙ୍କର ପ୍ରାଣହାନି, ୨ ଆହତ

ଦେବଗଡ଼: ଆଜି ଭୋର ପ୍ରାୟ ୪ଟା ସମୟରେ ଦେବଗଡ଼ ଜିଲ୍ଲା ପ୍ରଭାଶୁଣୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ୧୦୮ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଆମ୍ବୁଲାନ୍ସଟି ବୁର୍ଲାରେ ରୋଗୀ ଛାଡ଼ି ଫେରୁଥିବା ବେଳେ ପ୍ରଭାଶୁଣୀ ନିକଟରେ ଏକ  ଟ୍ରକ୍ ସହ ଧକ୍କା ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବାର ଖବର ମିଳିଛି। ।

ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ରଞ୍ଜିତ ପ୍ରଧାନଙ୍କର ପ୍ରାଣହାନି ଘଟିଛି। ଆହତମାନେ ହେଲେ ଫାର୍ମାସିଷ୍ଟ ଟିଟନ୍ କୁମାର ଗଡ଼ନାୟକ ଓ ଆଟେଣ୍ଡାଣ୍ଟ ରିପନ କୁମାର ପ୍ରଧାନ। ଦୁଇ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠାଯାଇଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର