ଦିବ୍ୟାଙ୍ଗ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ବାପା ଗିରଫ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମରେ ଘଟିଛି ପୁଣି ଘଟିଛି ଏକ ଲଜ୍ଜାଜନକ ଘଟଣା। ଜନ୍ମକଲା ନାବାଳିକା ତଥା ଦିବ୍ୟାଙ୍ଗ କନ୍ୟାକୁ ଦୁର୍ଷ୍କମ କରିଛି ବାପା।

ଚିକିଲି ଗ୍ରାମର ଏହି ବ୍ୟକ୍ତିଙ୍କ ପ୍ରଥମ ପତ୍ନୀ ୩ ବର୍ଷ ତଳେ ମୃତ୍ୟୁବରଣ କରିଛନ୍ତି। ଏହା ପରେ ସେ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାବେଳେ ସେ ତାଙ୍କ ବାପ ଘରେ ଅଛନ୍ତି। ଘରେ କେହି ନ ଥିବାର ସୁଯୋଗ ‌ନେଇ ସ୍ବର୍ଗବାସୀ ପ୍ରଥମ ପତ୍ନୀଙ୍କ ଭିନ୍ନକ୍ଷମ କନ୍ୟାକୁ ନିଶାସକ୍ତ ଅବସ୍ଥାରେ ଅସଦାଚରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏ ନେଇ ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଅବଗତ ହେବା ପରେ ପୀଡିତା ନାବାଳିକାକୁ ଭେଟିଥିଲେ। ଝିଅଟି କଥା କହିପାରୁନଥିବାରୁ ଠାରିଠୁରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଏ ସଂକ୍ରାନ୍ତରେ ସମ୍ପୃକ୍ତ ନାବାଳିକାଙ୍କ ମାଇଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ଖଲ୍ଲିକୋଟ ପୁଲିସ ଅଭିଯୁକ୍ତ କାମାନ୍ଧ ବାପାକୁ ଗିରଫ କରିଛି। ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରି ତଦନ୍ତ ଜାରି ରଖିଛି। ତେବେ ଗରିଫ ଅଭିଯୁକ୍ତ ବାପା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର