ଜାମିନରେ ଆସି ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଦୁଇ ଅଭିଯୁକ୍ତ ଫେରାର

ଚାନ୍ଦବାଲି: ଜାମିନରେ ଆସିବା ପରେ ପୁଣି ଦୁଷ୍କର୍ମ ଉଦ୍ୟମ କରି ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଚାନ୍ଦବାଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ଅଭିଯୁକ୍ତ  ପୀଡ଼ିତାଙ୍କ ପରିବାର ଉପରେ ଆକ୍ରମଣ କରିଥିବା ଖବର ବି ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାର ପ୍ରତିବାଦରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଧାମରା ଥାନା ସମ୍ମୁଖରେ ନିଜ ପିତା ମାତାଙ୍କୁ ନେଇ ଧାରଣାରେ ବସିଥିଲେ।ଏଣେ ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଜଣାଯାଇଛି। ଉଭୟଙ୍କୁ ଧରିବାଲାଗି ପୁଲିସ ପ୍ରତିଶ୍ରୁତି ଦେବାପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦୋସିଙ୍ଗ ପଞ୍ଚାୟତର ରବୀନ୍ଦ୍ର ନଗର ଗ୍ରାମର ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ପୁଲିସ ହାତରେ ଧରାପଡ଼ିଥିଲେ। ସେଦୁହେଁ ଜେଲ ଯାଇଥିଲେ।

ପଅର ଦିନ ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ଜାମିନ ପାଇବାପରେ ପୁଣି ପୀଡ଼ିତାଙ୍କ ଘରକୁ ଯାଇ  ଦୁଷ୍କର୍ମ ଉଦ୍ୟମ କରିଥିଲେ। ଦୁଇ ଅଭିଯୁକ୍ତ  ପୀଡ଼ିତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ପୀଡ଼ିତା ନାବାଳିକା ଉଚିତ ନ୍ୟାୟ ପାଇଁ ଧାମରା ଥାନା ସମ୍ମୁଖରେ ନିଜ ପିତା ମାତାଙ୍କୁ ନେଇ ଧାରଣାରେ ବସିଥିଲେ। ଉଭୟଙ୍କୁ ଧରିବାଲାଗି ପୁଲିସ ପ୍ରତିଶ୍ରୁତି ଦେବାପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର