ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ବାରିପଦା : ୨୦୧୫ ସେପ୍ଟେମ୍ବର ୧୧ ତାରିଖ ଦିନ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ଜୁଭେନାଇଲ କୋର୍ଟର ବିଚାରପତି ଡ. ଭି ସୁଜାତା ମୁଖ୍ୟ ଅଭିଯୁକ୍ତ ବୈଲୋଚନ ମହାନ୍ତକୁ ୨୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ ଓ ୧ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୧ ମାସ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୨ ସହଯୋଗୀ ହେଲେ ବୈଲଚନ ବେହେରା ଏବଂ ପୁରୁଷୋତ୍ତମ ମହାନ୍ତ।

ଅଦାଲତ ପୋକ୍ସୋ ଆକ୍ଟ ଅଧୀନରେ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର