ଧାମରାରେ ଏୟାରଷ୍ଟ୍ରିପ ପ୍ରତିଷ୍ଠା କରିବ ଆଦାନି ଗ୍ରୁପ, ନିବେଶ କରିବ ୫୦୦ କୋଟି

ଭୁବନେଶ୍ୱର: ଆଦାନି ଗ୍ରୁପ ଓଡ଼ିଶାର ଧାମରାଠାରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିବ । ଏଥିପାଇଁ ଆଜି ଅଦାନି ଗ୍ରୁପ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ମେକ ଇନ ଓଡ଼ିଶା କନକ୍ଲେଭ ଅବସରରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ କମ୍ପାନି ପ୍ରାୟ ୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଦେଇଛି । ଏହି ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ପ୍ରାୟ ୫୦୦ ଏକର ଜମି ଆବଶ୍ୟକ ହେବ । ଓଡ଼ିଶା ସରକାରଙ୍କ ଇଡକୋ ପାଖରେ ପ୍ରାୟ ୪୦୦ ଏକର ଜମି ଥିବାବେଳେ ଆଉ ୧୦୦ ଏକର ଯୋଗାଡ କରାଯିବ ବୋଲି ରାଜ୍ୟ ବାଣିଜ୍ୟ ଓପରିବହନ ମନ୍ତ୍ରୀ ନୃସିଂହ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଧାମରାଠାରେ ଥିବା ବନ୍ଦର ଏବେ ଆଦାନି ଗ୍ରୁପ ନିୟନ୍ତ୍ରଣରେ ରହିଛି ।

ସମ୍ବନ୍ଧିତ ଖବର