ଆଦର୍ଶ ଶିକ୍ଷକ କୁଳମଣି ଦାସଙ୍କ ପରଲୋକ

ରେମୁଣା : ରେମୁଣା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷାଦାନ କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହୃଦୟରେ ସ୍ଥାନ ପାଇଥିବା ଆଦର୍ଶ ଶିକ୍ଷକ କୁଳମଣି ଦାସଙ୍କ ପରଲୋକ ଘଟିଛି। ଭୁବନେଶ୍ବର ସ୍ଥିତ ବାସଭବନରେ ଭୋର ୫ଟାରେ ତାଙ୍କର ବିୟୋଗ ହୋଇଛି। ତାଙ୍କୁ ୭୯ ବର୍ଷ ହୋଇଥିଲା। ସେ ରେମୁଣା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ ବେଶ ଜଣାଶୁଣା। ସେ କେନ୍ଦ୍ରୀୟ ବିଦ୍ୟାଳୟରେ ମଧ୍ୟ ଶିକ୍ଷକତା କରିଥିଲେ। ୧୯୯୯ରେ ଅବସର ନେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ରେମୁଣା ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ ତଥା ବିଶିଷ୍ଟ ବ୍ୟକ୍ତିମାନେ ମ୍ରିୟମାଣ ହୋଇ ପଡ଼ିଛନ୍ତି। ସ୍ବର୍ଗତ ଦାସଙ୍କ ନିଜ ଗାଁ ଜଗନ୍ନାଥପୁରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଆସନ୍ତାକାଲି ମରଶରୀର ରେମୁଣାରେ ପହଞ୍ଚିବ ବୋଲି ଜଣାପଡ଼ିଛି। ବଡ଼ପୁଅ ଡା. ଦେବକାନ୍ତ ଦାସ ଭୁବନେଶ୍ବରରେ ଜଣେ ଜଣାଶୁଣା ଶିଶୁ ବିଶେଷଜ୍ଞ ହୋଇଥିବା ବେଳେ ସାନପୁଅ ଅଏସକାନ୍ତ ଦାସ ଓଡ଼ିଶା ସନଟାଇମ ଡଟ କମର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ମଝିଆ ପୁଅ ଶୁଭକାନ୍ତ ଦାସ ଲଣ୍ତନରେ କମ୍ପ୍ୟୁଟର ଇ˚ଜିନିୟର ଭାବେ କାର୍ଯ୍ୟ କରନ୍ତି।

ସମ୍ବନ୍ଧିତ ଖବର